ପ୍ରତି ମୁହୂର୍ତର
ଭାବକୂ ଧରେ ଅକ୍ଷର,
ଅକ୍ଷରକୁ ଭାବରେ ବାନ୍ଧେ
ପ୍ରେମ, ପ୍ରେମକୁ
ପ୍ରୀତିରେ ସାଉଁଟି
ଅଣଲେଉଟା ଧାଏଁ
ଏ ଜୀବନ ଏଠି।
ଆଉ ଏଠି ନ ଥାନ୍ତି
କେବେ କେହି।
ଥାଅ ଅବଶ୍ୟ ତୁମେ,
ଦେଖୁଥାଅ ଭଲମନ୍ଦ,
ନାଶୁଥାଅ କପଟଛନ୍ଦ,
ଆଉ ରଖୁଥାଅ
ସବୁକୁ ସାଇତି ସଜାଇ।
ମୁଁ ଦେଖେ କି?
ଦେଖି ପାରେ କି?
କିନ୍ତୁ ଜାଣେ
ଆଉ କରେଁ ଅନୁଭବ
ସବୁ ତୁମେ,
ସବୁଠି ତୁମେ।
This poem has not been translated into any other language yet.
I would like to translate this poem
ସବୁ ତୁମେ, ସବୁଠି ତୁମେ। God is present everywhere! A beautiful poem.....10