ଯଦି କବି ହୋଇଥାନ୍ତି Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଯଦି କବି ହୋଇଥାନ୍ତି

Rating: 5.0

କହିବାକୁ ପଡି ନ ଥାନ୍ତା ତୁମକୁ କିଛି,
ବଳେ ମୁଁ ଯାଇ ତୁମ ପାଖକୁ ଧରାଇ ଦେଇଥାନ୍ତି
ଗୋଟା ଆକାଶ ଯାହାକୁ ନେଇ
ତୁମେ କରିଥାନ୍ତ ଚାଷ ପ୍ରେମର ପ୍ରୀତିର।
ଯଦି ମୁଁ ସତରେ ଗୋଟିଏ କବି ହୋଇଥାନ୍ତି
ପରିଚିତିର ତଲାସରେ ମୋ ଲୋକେ
ଧାଉଁ ନ ଥାନ୍ତେ କଳା ପତାକା ଧରି ହାତରେ।
ସତରେ ଯଦି ମୁଁ ଗୋଟେ କବି ହୋଇଥାନ୍ତି
ତୁମକୁ କିଛି କରିବାକୁ ପଡି ନ ଥାନ୍ତା,
ସବୁ ସ୍ୱତଃ ହୋଇ ଚାଲିଥାନ୍ତା ସନ୍ଧ୍ୟାରୁ ସକାଳ।
ଯଦି ହୋଇଥାନ୍ତି ଗୋଟିଏ କବି,
ଡାକିଥାନ୍ତି ପକ୍ଷୀକି ଆଉ କହିଥାନ୍ତି
ଦେ, ଦେ ମାପି ଏ ଆକାଶ
ଯୋଉଠି ମୋର ହେଉଛି ଖାଲି ଆରମ୍ଭ
ଆଉ ଯୋଉଠି ହେଉ ନି କିଛି ବି ଶେଷ।

COMMENTS OF THE POEM
Deepak Kumar Pattanayak 23 November 2018

I like it, love it and admire it........the way you being a poet wished if I had been, the humility shines here like sunshine.......thanks for sharing

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success