ଯାଉଛି ରହ,
ଯାଉଛି ସମୟର
ବାସ୍ନା ଧରି।
ସଂଧ୍ୟାର ସୁନା ଆଲୁଅ
କହୁଚି କେତେ କଥା
କେତେ ସ୍ୱପ୍ନର।
ରହୁଛି ଚେଇଁ
ଖୋଲା ମନ ଆଉ
ଖୋଲା ହୃଦୟରେ
ନାନାଦି ରଙ୍ଗର
ଆସିବା ଯିବା ବାଟରେ।
ଯୋଉଟା ହେଇ ନି
ତାହା ଯେ ନ ହେବ
କହି ପାରିବ ନି କହି କେହି।
ଆଉ ମୁଁ ଯାଉଛି ରହି ଠିଆ
ଓଲଟା ସୂର୍ଯ୍ୟ ମୁଠାଇ।
This poem has not been translated into any other language yet.
I would like to translate this poem
This is an excellent poem. We encounter different events, different people and myriad experiences through our journey.Some leave enchanting memories.We love to feel those moments through recall and remembrance.