କହିଲି, ଏଇଟା ବରଫ।
କହିଲି, ଏଇଟା ଜୀବନ।
ଜୀବନ ବରଫ ନା
ବରଫ ଜୀବନ,
ପାରିଲି ନି ଠଉରେଇ ସଠିକ୍।
ଗଲି ଆଗକୁ,
ଆଗକୁ କି ପଛକୁ
ପଚାରିଲ ଯେବେ
ରହିଗଲି ଚୁପ୍।
ଆଉ କଣକୁ ଟାକିଥିଲ
ପାରିଲି ନି ଜାଣି,
ଜଳି ଜଳି ସବୁ ନିଆଁ
ଗଦା ହେଉଥିଲା ପାଉଁଶ,
ଆଉ ତୁମେ ଥିଲ ପୂର୍ବ ପରି
This poem has not been translated into any other language yet.
I would like to translate this poem
Just write and enjoy poetry dear elder brother without any expectation...! A beautiful poem....10