ଗୋଟେ ସୂର୍ଯ୍ୟର ଆଲୁଅ
ଯଥେଷ୍ଟ ମୋ ପୃଥିବୀ ପାଇଁ।
ଗୋଟେ ମା ଯଥେଷ୍ଟ
ମତେ ଯତ୍ନ ନେବା ପାଇଁ।
ଗୋଟେ କଳାପତାକାଧାରୀ
ଯଥେଷ୍ଟ ମୋ ଚେତନାକୁ
ଜାଗ୍ରତ କରିବା ପାଇଁ।
ବୁନ୍ଦାଏ ଅମୃତ ଯଥେଷ୍ଟ
ମତେ ବଂଚାଇ ରଖିବା ପାଇଁ।
ଗୋଟେ ସତ୍ଯ ଯଥେଷ୍ଟ
ମୋର ଅସ୍ତିତ୍ବ ଜାହିର କରିବା ପାଇଁ।
କୋଟି କୋଟି ଶବ କଣ ହେବ ମୋର?
ଗୋଟେ ଜିଅନ୍ତା ଲୋକ ପାଇଲେ
ମୁଁ ଲଭିବି ଶାନ୍ତି ଏଇଥିପାଇଁ ଯେ
ଆଉ ରହିବ ନି କିଛି ଅଭାବ
ମୋ ପାଖରେ।
This poem has not been translated into any other language yet.
I would like to translate this poem
For this Earth light of one sun is sufficient and this is very true. An excellent poem is well penned.10