ଶାଗୁଣା ବିଲୁଆର
କମି ନାହିଁ ଏଠାରେ।
ସିଂହ ଛୁଆମାନେ ସବୁ
ମେଷଶାବକ ଭେଲିରେ।
ନିଜ ନିଜ ଭିତରେ
ବାଡିଆପିଟା ଯେ ଯୋଉଠି।
କାହାକୁ ଚିହ୍ନି କିଏ
ଘରକୁ ଡାକିବ କେମିତି!
ପୁଣି ପୁଣି ସଜ ଖୋଜୁଛି
ଡାହାଣୀ, ମାୟା କାହାଣୀ କହି
ନେବ ଶୋଷି ରକ୍ତ, ପୁଅରପ୍ରାଣ
ଯାଉ କି ଥାଉ ଖାତିର ନାହିଁ।
This poem has not been translated into any other language yet.
I would like to translate this poem
ସିଂହ ଛୁଆମାନେ ସବୁ ମେଷଶାବକ ଭେଲିରେ।...a beautiful poem is shared dear poet! ......10