ପ୍ରଭୁ ଦେଖ ଜଗତପତି,
ଭୂତାଶ୍ରମରେ ଭୂତପ୍ରାୟ
ଯାଉଛି ବଂଚି ମୁଁ କେମିତି।
ଭୂତଙ୍କ ଗହଣରେ ଆଉ
ଆସନ୍ତା କେମିତି ସଦବୁଦ୍ଧି!
ମୁଁ ମୋର ମରୁଛି ଗଂଜି
ବିଷଧର ପାଦରୁ ଗଳା ଯାଏ
ସାରିଲାଣି ଗିଳି, ଉଠିବା
ବସିବା ନାଇଁ ଇ ଶକତି।
ପର ଆପଣା ପୁଅ ଝିଅ
ପାତରଅନ୍ତର ସବୁଥିରେ
ହେଉଛି ଘାଣ୍ଟି ଆଉ
ସଢୁଛି ଗୁହରେ ମୁତରେ।
ନିଜ ଛବି ମୋର
ଦିଶୁ ନାହିଁ ମତେ
ଯାଇଛି ମହତ ମର୍ଯ୍ୟାଦା,
ମୁଁ ଇ ରାଧୁଆ ମିଛୁଆ।
ସତିଆ, ଘୋରବଣକୁ
ପୁଣି ପୁଣି ପଶୁଛି,
କେଡେ ମୁଁ ଭକୁଆ!
ମୁଁ କଣ ନୁହଁ ପଶୁ
ଜନ୍ମରୁ!
ମୂଳ ଛାଡିଦେଇ
ଧରଛି ଡାଳକୁ, ଆଉ
ଆମନ୍ତ୍ରି ଆଣୁଛି ପାପକୁ।
ଆସୁଛି ଝଡ ବତାସ
ଦେବାକୁ ମୋ ମାୟାରସ,
ଆସୁଛି ଝଡ ବତାସ
କରିବାକୁ ମୋର ସତ୍ୟାନାଶ।
ସବୁ ଦେଖି ସବୁ ବୁଝି
ତଥାପି ପାରୁ ନି ରହି
ସତର୍କ, ସରୁଛି ବେଳ।
ପାରି ନି ହୋଇ,
ପାରୁ ନି ବି ହୋଇ
ଗୋଟେ ମଣିଷ,
ସରଳ ତରଳ ନିଷ୍କାମ
ନିରପେକ୍ଷ କେବଳ ମାତ୍ର
ଗୋଟେ ମଣିଷ।
This poem has not been translated into any other language yet.
I would like to translate this poem