ପ୍ରକୃତିର ମହିମା ଲେଖକ: ଅଭିଷେକ ଭୋଲ Poem by Abhisek Bhol

ପ୍ରକୃତିର ମହିମା ଲେଖକ: ଅଭିଷେକ ଭୋଲ

Rating: 4.0

ସୂର୍ଯ୍ୟଦୟର ପ୍ରଥମ କିରଣ,
ସତେ ଦେଖା ଯାଅ ରକ୍ତର ତୋରଣ,
ବହି ଚାଲୁଥାଏ ମଳୟ ପବନ,
ଅଙ୍ଗେ ଲାଗି ଲାଗେ ସୁବର୍ଣ୍ଣ ଭୂଷଣ,

ମଲୟର ସେଇ ମଞ୍ଜୁଳ ସ୍ପର୍ଶ,
ତରୁ ଲତା ପଡେ ଜୀବନ୍ତ ବେସେ,
ନିର ବହି ଚାଲେ ନଦୀ କୂଳେ କୂଳେ,
ମୀନ ଖେଳୁଛି ତାହାରି ବୁକୁ ରେ,

ରବି କିରଣ ରେ ପର୍ବତର ରୂପ,
ସାଗର ରେ ଦେଖି କରେ ସେ ଗର୍ବ,
ପକ୍ଷୀ ଉଡି ଥାନ୍ତି ମୁକ୍ତ ଆକାଶରେ,
କୋଇଲି ଗାଏ ଅପୂର୍ବ ରାଗରେ,

POET'S NOTES ABOUT THE POEM
Sunrise view
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success