ପୁଣି ମୋ ଭାଷା Again My Language Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପୁଣି ମୋ ଭାଷା Again My Language

Rating: 5.0

ଅସୁରକ୍ଷିତ
ଗଜାନନ ମିଶ୍ର

ଅସୁରକ୍ଷିତ
ଏଠି ମୁଁ।
ଅସୁରକ୍ଷିତ ଏଠି
ପୁଣି ମୋ ଭାଷା
ମୋ ମାଟି
ମୋ ଜୀବନ
ମୋ ରାଜ୍ୟ।

କଥାର ଚାତୁରୀରେ
ମିଛମାୟାରେ
ଗୋଟେ ହୋରେ
ଭସେଇ ଦିଆ ଯାଉଛି ମତେ
ଆଉ ମୁଁ ହରେଇ ଚାଲିଛି
ମୋ ଠିକଣା
ମୋ ପରିଚିତି
ମୋ ମାଟି ଉପରେ।

ଦଳ ବଳ କଳ ଲଗେଇ
ଶୋଷି ନିଆ ଯାଉଛି
ମୋ ରକ୍ତ, ଝୁଣି ଝୁଣି
ଖୁଆ ଯାଉଛି ମୋ ମାଂସ,
ହାଡଗୋଡ ସବୁକୁ
ଚୁରି ଗୁଣ୍ଡ କରି ଦିଆଯାଉଛି
ଆଉ ମୋ ଆର୍ତ ଚିତ୍କାରକୁ
ଉପଭୋଗ କରାଯାଉଛି
ମୋ ନିଜ ସାଇଭାଇ
ବନ୍ଧୁଙ୍କ ଦ୍ବାରା ।

କେଉଁଆଡକୁ ଗତି ମୋର,
ଠା ବସା କୋଉଠି
ଜଣା ନାଇଁ ମତେ ବି।
ପାଣି ପବନ ଆଲୁଅର
ଅସହଯୋଗ ଏତିକିବେଳେ,
ଆଉ ମୁଁ ବ୍ୟତିବ୍ୟସ୍ତ ଏଠାରେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
26/4/2019

Friday, April 26, 2019
Topic(s) of this poem: life
POET'S NOTES ABOUT THE POEM
Written in odia language, odia is the official language of odisha india.
COMMENTS OF THE POEM
Dr Dillip K Swain 26 April 2019

A good poem is that one which gives platform for other poet to write one in the similar vein... Well penned!

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success