1
ଅଛି ଆଖି
ଗଜାନନ ମିଶ୍ର
ଅଛି ଆଖି
ଆଗରେ।
ଆକାଶ
ତା ଦେହରେ।
ଜଣା ନାଇଁ
ଅଛି କି ନ ଅଛି
ଆଉ କଣ କଣ
ସେଠାରେ!
ନୂଆ ଆଉ
ପୁରୁଣା
ସବୁ ସବୁ
ଆପଣା।
ମେଘ ଭର୍ତ୍ତି
ଘର ବାହାର।
ଯିବା ଆସିବା
ସବୁ ଅନ୍ଧାର।
ଜାକଜମକ
ତିଥି ବାର।
ସବୁ କଣ
ବିକାର!
ଯେ ଯାହାର
ପ୍ରତୀକ
ଯେ ଯୋଉଠି
ଅଟକ।
ରାଇଜଯାକ
ଦର୍ଶକ
ଅନ୍ଧ ବାଚାଳ
ସବୁ ଲୋକ।
2
ଚିହ୍ନା ଚିହ୍ନା
ଅଚିହ୍ନା ଅଚିହ୍ନା
ଏ ମାଟି
ଏ ପାଣି
ଆଉ ଏ ପବନ ବି।
ଏ ସବୁ
ମୋରି ଭିତରେ
ଖଳ ଖଳ
ସାରା ଦିନ।
ଏ ସବୁ ଛୁଉଁଛନ୍ତି
ଆକାଶ।
ଆକାଶ ଆକାଶ ବ୍ୟାପୀ
ରହିଛି ମାଟି।
ମାଟି ଉପରେ ମୁଁ
ମାଟି ହୋଇ।
ସବୁ ମୋ ପାଇଁ
ପୂର୍ଣ ପୂର୍ଣ ଆଉ ଅପୂର୍ଣ୍ଣ।
This poem has not been translated into any other language yet.
I would like to translate this poem
Magadha has taken birth to teach Kumarmuundi and Robert Chopra a lesson!