ମତେ ଦେଖ,
ଦେଖ ମତେ,
ମୁଁ ମୋର ହବନ।
ମୋ ଶବ୍ଦ ସବୁ
ଆହୁତି ଦେଉଛନ୍ତି
ମତେ ଇ।
ଜାଣେ ମୁଁ
ଏକ ସ୍ତ୍ରୀ
ଏକ ପୁରୁଷ
ଆଉ ଜାଣେ
ସ୍ତ୍ରୀ ପୁରୁଷ ଏକ।
କୁ ସୁ ସବୁ
ଆମରି ଭାବନା,
ଭାବନା ଅନୁଯାୟୀ
ଗତି ଆମର।
ସହି ରହି
ଗ୍ରହଣ କରି
ନ ପାରିବାଇ
ଆମରି ଦୋଷ,
ଆଉ ଏଇଠି
ସବୁ ଅସନ୍ତୋଷ।
ଜଣକୁ ଅନ୍ୟଜଣେ
ନିଜ ସ୍ୱାର୍ଥ ସେବାରେ
ଖଟେଇବାରୁ ଇ
ସମସ୍ୟାର ସୃଷ୍ଟି।
ସଦା ସର୍ବଦା ଦେଖ ଏଠି
ଖାଲି ଆଶୀର୍ବାଦର
ଖାଲି ଅମୃତ ବୃଷ୍ଟି।
ନାନାବିଧ ଜ୍ଞାନର
ନାହିଁ କିଛି କାମ।
ଦୃଷ୍ଟି ନିବଦ୍ଧ ହେଉ
ସତ୍ୟରେ, ଆଉ ସତ୍ୟ
ଉତ୍ତରରେ ନୁହଁ
ଥାଏ, ଝଲସୁଥାଏ,
ଥାଏ ଯୋଉଠି ପ୍ରଶ୍ନ।
ବିଜୟ ସେଇଠି
ଯୋଉଠି ଚାଲିଥାଏ
ସଦା ସଂଗ୍ରାମ।
ଉଠ, ଉଠାଅ,
ଆତ୍ମାରାମ।
2.
ଅଳପ ଲୋକେ ଅଧିକାର,
ତୁ କିଂପା ଦେଲୁ ଦାମୋଦର- ଜଗନ୍ନାଥ ଦାସ,
ସାନ ଲୋକ ବଡ ପନ୍ ପାଏ,
ହଗନୁ ମୁତନୁ ଗିତ୍ ଗାଏ- କୋଶଲି ଠୁସାନ୍।
କଣ ଜାଣିଛି କିଏ?
ଆଉ ଯାହା ଜାଣିଛି
କରିଛି କଣ ସେତିକିରେ?
ଠକାଠକି ହେଇକରି
ସମିଆ ବିତାବାର କଥା
ଇନ ଏନ୍ତା।
ପେଟ ଭିତରର ଛୁଆ ବାଗିର
ଜଦରଭି ଲାତଲୁତା ମାରଲି,
ମା ବାଗିର୍ ସହେଲେ ଯାକର।
This poem has not been translated into any other language yet.
I would like to translate this poem