Tuesday, April 3, 2018

ଅଛବ ଇଲାକାକୁ Comments

Rating: 0.0

ଘଞ୍ଚ ତେନ୍ତୁଳି ପତ୍ର ପରି
ଅନ୍ଧାରୀ ଜଙ୍ଗଲରେ
ଠିଆ ହୋଇଥାଏ
ଏକ ମୁକୁଳା ଜହ୍ନ ରାତି,

ରାତିକୁ ନେସି ହୋଇ
କୁତୁକୁତାଉ ଥାଏ
ହୋ... ହୋ... ବିଲୁଆର ଡାକ,

ଚେତାଶୂନ୍ୟ ମୋ ପୁଅ ଶୋଇ ପଡ଼ିବା ପରେ
ଜହ୍ନ ହୋଇ ଆକାଶରେ ଗଡୁଥାଏ
ତା'ହାତର ଖେଳନା ବାଟି ।

ଏଇ ବେଳାରେ
ଝରଣାକୁ ବାଟ ପଚାରି ପଚାରି
ପହଂଚି ଯାଆନ୍ତି ପାଦ୍ରୀ ବୁଢ଼ା,
ଠକ୍ ଠକ୍ କରନ୍ତି ଘରର ବାଉଁଶ ତାଟି ।

ଅ... ଆ...ର ବର୍ଣ୍ଣବୋଧ
ଲେପି ଦିଅନ୍ତି ଆଖିରେ ତ'
ଜଙ୍ଗଲର ଅନ୍ଧାର
ଫର୍ଚ୍ଚା ଦେଖାଯାଏ,

ପାଦରେ ଶୁଂଘେଇ ଦିଅନ୍ତି
ସ୍ୱାସ୍ଥ୍ୟ ଚେତନାର ମହନି ତ'
ମୁଁ ଠିଆ ହୋଇ
ଠୁମ୍ ଠୁମ୍ ପାଦ ବଢ଼ାଏ,

ଗୁଣୁ ଗୁଣୁ ଈଶ୍ୱର ପ୍ରେମ
କାନରେ ଶୁଭେ,
ପାଦ୍ରୀ ବୁଢ଼ାକୁ ଭଲ ପାଏ ।

ପାଦ୍ରୀବୁଢ଼ାକୁ ଭଲ ପାଏଁ ବୋଲି
ସିଏ ଯେଉଁ ଆଖିରେ ଦେଖେ
ମୁଁ ସେଇ ଆଖିରେ
ଦୃଶ୍ୟଟିଏ ହୋଇ ଉଭାହୁଏଁ,

ସିଏ ଯେଉଁ ହୃଦୟ ନେଇ ବଂଚେ
ମୁଁ ସେଇ ହୃଦୟର
ପ୍ରତିରୂପ ପାଲଟି ଯାଏ

ସିଏ ଯେଉଁ ଗୀତ ରବିବାରରେ ଗାଏ
ମୁଁ ସେଇ ଗୀତର ପାଳିଆ ଧରେ

ପାଦ୍ରୀବୁଢ଼ାକୁ ଭଲ ପାଏ ।

ଆଛା!
ତମେ ଯେଉଁମାନେ ଯୁଗ ଯୁଗ ହେଲା
ବନବାସୀ କହି ଫିଙ୍ଗି ଦେଇଥିଲ
ଜଙ୍ଗଲର ବାଘ ମୁହଁକୁ,
ଜାତିଆଣ ସଂସ୍କୃତିରେ ମୋତେ
ଗାଁ ମୁଣ୍ଡର ଅଛବା ଇଲାକାକୁ,

ହେ!
ସଂସ୍କାରବାଦୀମାନେ
ଏଯାଏଁ ତମେ ଥିଲ କୁଆଡେ?

ଆଖିରେ ଦୃଶ୍ୟ,
କାନରେ ଶ୍ରାବ୍ୟ
ଏବଂ ଜିଭରେ ଶବ୍ଦ
ପାଦ୍ରୀ ବୁଢ଼ା ଖଂଜି ସାରିଲା ଉତ୍ତାରେ
ମୋ ପାଇଁ ଆଣିଛ
ସୁସଜ୍ଜିତ ଗେରୁଆ ରଥ,
ଯାହା ଭିତରେ
କୁହୁଁରି ଉଠୁଛି ପଞ୍ଚଜନ୍ୟ,

କହୁଛ,
ଡାକ ପାରୁଛ
ମୋତେ ଫେରେଇ ନେବ,

ମନ୍ତ୍ରୋଚ୍ଚାରଣ କରି ମୁଣ୍ଡନ କରିବ,
ଗଙ୍ଗାଜଳ ସିଂଚି ପବିତ୍ର କରିବ,
ମୋତେ ମୁକ୍ତି ଦେବ,
ସ୍ୱଧର୍ମ ପ୍ରତ୍ୟାବର୍ତ୍ତନର ମଉଜ ମନେଇବ

ଅଥଚ ଏୟା ବି ଚେତାଉଛ ଯେ,
ସିଧେ ସାଦେ ତମ କଥାକୁ
ଶିରୋଧାର୍ଯ୍ୟ ନ କଲେ
ଚକ୍ର ପେଶିବ,

ବନ୍ଧୁ ଜାଣି ରଖ

ମୋର ଏମିତି ବି କିଛି ଆପତ୍ତି ନଥିଲା ପୂର୍ବେ
କି ଏବେ ବି ନାଇଁ

ଖାଲି ଏତିକି ବୁଝେଇ ଦିଅ ଯେ,
ସ୍ୱଧର୍ମକୁ ଗଲା ପରେ
ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଓ ପାଣ ଭିତରୁ
ମୁଁ କେଉଁଠି ସ୍ଥାନ ପାଇବି?
...
Read full text

Basudev Sunani
COMMENTS
Close
Error Success