କାନ୍ଦୁଛି ଆକାଶ ମୋର
ଭୋକ ଆଉ ଶୋଷ ଦେଖି ।
ସୁନ୍ଦରତା ଯାଇଛି ଛପି
ଶବ୍ଦର କୁପୋଷଣରେ ।
ଜାଣି ପାରେ ନାହିଁ କିଛି
କଣ ଚାଲିଛି କୋଉଠି
ଆଉ ଥାଏ ନୀରବ ।
ଥାଏଁ ନୀରବ ଆଉ ଥାଏଁ
ମୋଠି ମୁଁ, ମତେ
ଆବିଷ୍କାର କରି କରି ।
ଏ ମାଟି ମୋର,
ଏ ତାରା ନକ୍ଷତ୍ର ସବୁ ମୋର,
ମୋର ଭୋକ ଶୋଷରେ
ମୁଁ ଆହୁରି ହେଉଛି ପରିଷ୍କାର ।
This poem has not been translated into any other language yet.
I would like to translate this poem