ମୋ କବିତାର ଛାଇ Poem by BIBHUDHENDRA SAHU

ମୋ କବିତାର ଛାଇ

ବନ୍ଧୁ, ତୁମେ କୋଉ ଦୁନିଆରୁ ଆସିଛ
ଦିନଯାକ ଶୋଉଛ
ଆଉ ରାତିଯାକ ଚେଇ ରହୁଛ
ବନ୍ଧୁ, ତୁମେ ଏତେ କୋଳାହଳରେ
କେମିତି ଶୋଇପରୁଛ ।। (୧)
ତୁମେ ଖରା, ବର୍ଷା, ଶୀତ ବି ଭୁଲି ଯାଉଛ
ବନ୍ଧୁ, ତୁମେ କେମିତି
ଏତେ ଅସୁବିଧା ସତ୍ଵ୍ଵେ
ଛିଡ଼ା ହୋଇ ରହିପାରୁଛ ।। (୨)
ତୁମକୁ ଦେଖି,
ମୁଁ ବି ବେଳେ ବେଳେ ଭାବେ
ନିଃସ୍ୱାର୍ଥରତା ରେ କେମିତି ବଞ୍ଚି ରହିପାରୁଛ
ସ୍ବାର୍ଥ ବୋଲି ବି ତ କିଛି ଥିବ
ତଥାପି ଏ ମଣିଷ ଜାତିକୁ
ବାଟ ଦେଖାଇବାରେ ସାହାଯ୍ୟ କରୁଛ
ବନ୍ଧୁ, ତୁମେ ଏତେ ସରଳ କେମିତି ହେଲ ।। (୩)
ତୁମେ ବି ମୋତେ ବେଳେବେଳେ
ଜହ୍ନ ପରି ଲାଗ
ବାସ୍ ଏତିକି ପାର୍ଥକ୍ୟ ଯେ
ତୁମେ ମୋ ମୁଣ୍ଡରୁ ଛଅ ଫୁଟ୍ ଦୂରରେ ଅଛ
ଆଉ ଜହ୍ନ ଆକାଶର ସମୁଦ୍ରରେ ଭାସିବୁଲେ ।। (୪)
ତୁମେ ଆଉ ଜହ୍ନ ବେସ୍ ସମାନ୍
ସେ ଦୁନିଆକୁ ଆଲୋକରେ ବିଞ୍ଚିଦିଏ
ଆଉ ତୁମେ ଜହ୍ନର ଅନୁପସ୍ଥିତିରେ ବି
ମୋ ଗାଁ ର ରାସ୍ତାକୁ ଦେଖାଅ
ହଁ, ହଁ ତୁମେ ମୋ ଗାଁ ର ଷ୍ଟ୍ରିଟ ଲାଇଟ୍
ମୋ ବନ୍ଧୁ, ମୋ ସଖା
ମୋ କବିତାର ଛାଇ
ତୁମେ ମୋ ଗାଁ ର ଷ୍ଟ୍ରିଟ୍ ଲାଇଟ୍ ।। (୫)

ମୋ କବିତାର ଛାଇ
POET'S NOTES ABOUT THE POEM
Just thinking
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success