ଦଶରା ଚାଲିଛି ।
କହିଛି, ଦେଖିବାକୁ ହେବ
କେଉଁ ପ୍ରକାରେ କିଏ କୋଉଠି ।
ରକ୍ତ ଫୁଲ ସବୁ ସବୁ
ଏକ ହୋଇ ପଡିଛନ୍ତି ବନ୍ଧା
ଭୂଇଁରେ ଏତେବେଳେ ।
କହିଛି, ନ କହିଲେ ନାହିଁ ଗତି ।
କହିକରି ବଦଳେଇ ହୁଅନ୍ତା ଯଦି
ପରବାଏ ନ ଥାନ୍ତା କିଏ ଗଲା କେଣିକି ।
ଚାଲିଛି ଦଶରା,
ପଚାରିଥାଆନ୍ତା ହେଲେ
କେମିତି ଲାଗୁଛି!
This poem has not been translated into any other language yet.
I would like to translate this poem