ହୋଲିର ରଙ୍ଗ Colour Of Holi Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହୋଲିର ରଙ୍ଗ Colour Of Holi

Rating: 5.0

ଲୁଚି ନ ରହୁ
ଗଜାନନ ମିଶ୍ର

ନ ଲୁଚୁ
ଲୁଚି ନ ରହୁ ମୃତ୍ୟୁ!
କୋଉଠି ଲୁଚିବ?
ଲୁଚିବ କେମିତି ଅବା!
ଆରେ, ମୃତ୍ଯୁ ପାଇଁ ଇ ତ
ଏତେ ଏଠି ସାଜସଜ୍ଜା!

କେବଳ ମୃତ୍ଯୁ ପାଇଁ
ଯାହା ଯେତେ କରୁଛ ଭାଇନା
ସବୁ କରି କରି ଯାଅ
କହିବ ନାଇଁ ପରେ ପଦୁଟିଏ
ଅଣ୍ଟିଲା ନି ବେଳ
କରି ହୋଇଥାନ୍ତା ଆଉ କଣ କି!

ସବୁ ଚିତ୍ର ସାମନାକୁ ଆସି
ଉଭା ହେଲେଣି ଦେଖ।
ଗୁରୁ ଲଘୁ ସ୍ଥାନ ଛାଡିଲେଣି,
ସ୍ୱେଚ୍ଛାରେ ଯୋଉଟା
ନ କରିଛ ଅବକାଶ
ହୋଲିର ରଙ୍ଗ ସେଇଠି
କହି ହେବ କି!

2

ଘର ତିଆରି

ସବୁ ଘର ତିଆରି
ଦେଖୁଛ ଯାହା ଭାଇଭଗାରି।
ଘରକୁ ଘରଭଳି
ତଥାପି ହୁଏ ରଖିବାକୁ
ନ ଥିଲେ ବି ପ୍ରଫୁଲ୍ଲ ମନ।

ଘରର ବଗିଚାରେ
ଫୁଲ କାହିଁରୁ କେତେ
ପଚ ପଚ ପୋକ
ନାହାନ୍ତି କହୁ ନି।

ଘରର କେହି
କହୁଛି ଯଦି ଶୁଣ,
ବୁଝେଇ ଦିଅ କହୁଥିବା
କଥା ଦି ପଦ ପହିଲେ
ନିଜେ ସେ ବୁଝୁ।

ବାହାରେ ନୁହେଁ
ଭିତରେ ଗୃହସ୍ଥ।
ଘର ପରିବାର
ଆଉ ଆଉ ପଦ୍ଧତିକୁ
ସମ୍ଭାଳିବାକୁ ତୟାର।

ଘରେ ହିଁ ଚାଲେ ଖେଳ
ନାନାପ୍ରକାର ପ୍ରକାର।
ଆଉ ଆଗକୁ ଆଣି
ସାର୍ବଜନିକ ଭାବରେ
ମହତ୍ୱ ଖୋଜେ ଛୁଟିରେ।

ଘରର ଅବା
ଘର ପାଇଁ କି ଛୁଟି?
ଘରେ ଯାହା ହୁଏ
ବାହାରେ ନାଇଁ।

ଘରୁ ପଦାକୁ ଗୋଡ
ଜମ୍ମାରୁ କାଢ ନାଇଁ।


09437366644

Thursday, July 23, 2020
Topic(s) of this poem: life and death
POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success