ଆସ ମତେ ମାରି ଦିଅ
ଗଜାନନ ମିଶ୍ର
ଆସ, ମତେ ମାରି ଦିଅ।
ତୁମ ହଁରେ ହଁ ନ କହୁଛି ତ!
ଆସ, ମତେ ମାରି ଦିଅ।
ମୁଁ କିନ୍ତୁ ରଖିଛି ନିଜକୁ ଦୂରେଇ
ଲୋଭରୁ, ଲାଭରୁ, ଭୋଗରୁ।
ଚିରକାଳ ମୁଁ ନର୍କରେ
ରହିବାକୁ ବି ପ୍ରସ୍ତୁତ।
ମୁଁ କିନ୍ତୁ ଜଗିଛି ଘର
ସାରା ରାତି ରହି ଉଜାଗର ।
ଏ ଘର ନୁହଁ ମୋର,
ଏ ଘରେ ଘରେ ଲୋକ,
ଦେବି ନି କିନ୍ତୁ ଅନୁମତି
ରହିବାକୁ କୁଳ କ୍ଷୟକାରୀ
ଜଣେ ବି ବର୍ଣଶଙ୍କର।
ଆସ, ମତେ ମାରି ଦିଅ,
ମୁଁ କିନ୍ତୁ ଦେବି ନି ତୁମ
ଅଧର୍ମ କାର୍ଯ୍ୟକୁ ପ୍ରଶ୍ରୟ।
ଦୁଷ୍ଟ ଓ ନଷ୍ଟ କରି ନାରୀକୁ
ବଢାଇବି ନି ପାପଭାର।
ଆସ, ମତେ ମାରିଦିଅ,
ତୁମ ମାୟା ମୋହ ଘେରା
ତୁଚ୍ଛା ହାବେଳି ବାଣକୁ
ମୋର ନାହିଁ ଡର, ନାହିଁ ଡର।
English rendering;
Come, kill me,
If I am not telling
Yeah with that of yours.
Come, kill me.
But I am kept myself away
From greed, profits, luxuries.
I am ready to stay
In the hell for all days.
But I am keeping guard
The house all night awake.
This house is not mine,
This house is filled with,
But I am not here
To accord permission
To any hybrid.
Come, kill me,
But I am not here
To allow any illegality,
I am not here to
Give scope to destroy
Or misbehave a woman.
Come, kill me,
I fear not your
False bombarding.
This poem has not been translated into any other language yet.
I would like to translate this poem
nice writings of life /// irrelevant I'm as below- O bloodhound look -my blood is blithesome drink some and come enjoy more this world there are dancing your friend -the Trump!