ସମୁଦ୍ରର ଗତି Course Of The Ocean Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସମୁଦ୍ରର ଗତି Course Of The Ocean

Rating: 5.0

ମୂଢମତି
ଗଜାନନ ମିଶ୍ର

"ଅଳପହୀନ ବୁଦ୍ଧି ମୋର
ଯେଣୁ ମୁଁ ଅଜ୍ଞାନ ପାମର।
ନ ଜାଣି ସମୁଦ୍ରର ଗତି
ହସ୍ତେ ମନ୍ଥିଲି ମୂଢମତି।"

କିନ୍ତୁ ମୋର ତ
ନାଇଁ ହାତ।
ଆଉ ମୁଁ?
ଜଣା ମତେ
ଅଶକ୍ତ!

କୁଆଡୁ କୁଆଡୁ
ଆସୁଛି
ଲହଡି ପରେ ଲହଡି
ନାଇଁ ଥମିବାର।
ଆଉ ମୁଁ
ଅସ୍ଥିର।

କିପରି କିପରି
ହୋଇ ହୋଇ ଯାଉଛି
ପାରୁ ନି ଜାଣି ବୁଝି
କଣ କଣ!

ପ୍ରତିକାର କରିବାର ନାଇଁ
କି ନାଇଁ ପ୍ରତିଶୋଧ ନେବାର।
ମୋର ମୁଁ ରହିବାର ଅଛି
ମୋଠି ସାରା ଦିନ ସାରାରାତି।

ଏଠି
ମୁଁ କୋଉଠି!
ଉପାୟ ନାଇଁ ଜାଣିବାର।
ଘୋର ବଣ
ନାଇଁ ପରିତ୍ରାଣ।

ଆଶା,
ପାରୁ ନି ଦୂରେଇ।
କୋଉ ସୁଦୂରକୁ
ରହିଛି ଚାହିଁ
ଆଉ ଏଣେ
ପାଦତଳେ
ମାଟି ନାଇଁ!

ଏ କାୟାଘରେ
ଅଛି ମୁଁ।
ଏଠି ଯେ
ମୁଁ ଏକା
ନୁହଁ ଏମିତି!

ମୋର ନିଃଶ୍ବାସ ପ୍ରଶ୍ବାସ
ନୁହଁ ମୋର
ଜଣା ମତେ।
ନିଷ୍ଫଳ କହିବି କେମିତି
ଏଠି ଏତେ!

ପାର୍ଥକ୍ୟଆଡକୁ
ଯାଉ ନି ଅବଶ୍ୟ।
ଗତି ସୁଗତି ଦୁର୍ଗତି!

ସଙ୍କେତ ଏତେ ସେତେ
ବୁଝୁ ନି କିଆଁ ତଥାପି!

ତପୋବନ, ଟିଟିଲାଗଡ, ବଲାଙ୍ଗିର
17/01/2020

Thursday, January 16, 2020
Topic(s) of this poem: life
POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success