ଆସରେ ପିଲେ ପାଠ ପଢ଼ିବା Poem by Deepali Behera Puja

ଆସରେ ପିଲେ ପାଠ ପଢ଼ିବା

Rating: 5.0

ଆସରେ ପିଲେ ପାଠ ପଢ଼ିବା,
ଆମ ଦେଶର ନାମ ରଖିବା ।
ପାଠ ପଢ଼ି ମହତ କାମ କରିବା,
ବାପା ଓ ମା'ଙ୍କୁ ମୁଣ୍ଡିଆ ମାରି ।
ଗୁରୁଜନଙ୍କୁ ଭକ୍ତି କରିବା,
ସେମାନଙ୍କ କଥା ମାନି ଚଳିବା ।
ସମସ୍ତେ ମିଶି ସ୍କୁଲକୁ ଯାଇ,
ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଲେଖି ।
ନୂତନ ପାଠର ଆରମ୍ଭ କରିବା,
ଗୁରୁମାନଙ୍କ କଥା ମାନି ଚଳିବା ।
ନିଜର ଆହାର ଭୋଜନ କରି,
ବିଦ୍ୟାଳୟରେ ଟିକେ ଖେଳିବା ।
ପୁଣି ଚାରିଟା ବାଜିଲେ ବେଲ୍ ବାଜିଲେ,
ଘରକୁ ଆସି ବହି ବସ୍ତାନି ରଖିବା ।
କିତିକିତି, ବୋହୂ ଚୋରୀ ଖେଳ ଖେଳି,
ସାଙ୍ଗ ସାଥି ସହ ମଜା କରିବା |
ସନ୍ଧ୍ୟାରେ ଠାକୁର ପାଖେ ପ୍ରାର୍ଥନା କରି,
ପାଠ ପଢ଼ିବାକୁ ବସି ପଡ଼ିବ ।
ବର୍ଣ୍ଣବୋଧ ବହିକୁ ପଢ଼ି ମୁଖସ୍ତ କରି,
ଅ, ଆ, ଇ, ଈ ଲେଖି ପଣିକିଆ ଶିଖିବା |
ଶୀଘ୍ର ଶୋଇ ଆମେ ସଅଳ ଉଠି,
ନଖ ସବୁବେଳେ କାଟି ପରିଷ୍କାର ରଖି ।
ମଇଳା ଜାମାକୁ ଧୋଇ ସଫା କରି,
ନିଜ କାମ ଆମେ ନିଜେ କରିବା |
ବିଦ୍ୟାଳୟରେ ଆମେ କିଛି ଗଛ ଲଗାଇ,
ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ।
ବିଦ୍ୟାଳୟ ଆମର ମନ୍ଦିର ପରି,
ଆର୍ବଜନା ସବୁ ସଫା କରି ଆମେ |
ଡଷ୍ଟବିନ୍ ର ବ୍ୟବହାର କରି,
ବିଦ୍ୟାଳୟକୁ ସ୍ୱଚ୍ଛ ଓ ସୁନ୍ଦର କରିବା |
ମନ ଦେଇ ପାଠ ପଢ଼ିଲେ ଆମେ,
ଭବିଷ୍ୟତରେ ଦିନେ ଭଲ ମଣିଷ ହୋଇ ।
ମଧୁବାବୁଙ୍କ ପରି ଆମେ ବି ଦିନେ,
କାଳିଆ ଘୋଡ଼ାରେ ଚଢ଼ିବା ।

ଦୀପାଲି ବେହେରା
ଜାଲଦା, ଝାରପୋଖରିଆ
ମୟୂରଭଞ୍ଜ

ଆସରେ ପିଲେ ପାଠ ପଢ଼ିବା
POET'S NOTES ABOUT THE POEM
ପିଲା ମାନେ ଆମ ଦେଶର ଭବିଷ୍ୟତ, ତେଣୁ ଗୁରୁଜନଙ୍କ କଥା ମାନି ପାଠ ପଢିବା ଉଚିତ ।
COMMENTS OF THE POEM
Deepali Behera Puja 09 July 2025

ଆମ ଭାବନା ହିଁ ସୁନ୍ଦର ରଖିଲେ କଲମର ମୁନ ଆହୁରି ମଜଭୁତ ହେବ

0 0 Reply
READ THIS POEM IN OTHER LANGUAGES
Close
Error Success