ପଥରମାନେ, ହଁ ଖାଲି ପଥରମାନେ
ଚାଲବୁଲ କରୁଥିଲେ ରାତିଦିନ ସବୁବେଳେ
ଆଉ ଆମେ ଦେଖୁଥିଲୁଁ ଖାଲି ଆଖିରେ।
ପଥରମାନଙ୍କ ସହିତ ଏତେ ମିଳାମିଶା
ହେଉ ନ ଥିଲା ସହଜ ଏତେ।
ପଥରମାନେ ଆକାଶରେ ଉଡୁଥିଲେ ଆଉ କିଛି
ପାଣିରେ ଏମିତି ବୁଡି ଉଠି ପହଁରୁଥିଲେ।
ପଥରକୁ ପଥର ସହିତ ଛେଚି ଆମେ
ବେଳେବେଳେ ବାହାର କରୁଥିଲୁ ନିଆଁ ।
ଆମର ଧ୍ୟାନ ଥିଲା ପଥର ଚାଷ ଉପରେ,
ପାଣିରେ ବତୁରାଇ, ଖରାରେ ଶୁଖାଇ
ବହୁତ କିଛି ଲୁଚାଇ ଛପାଇ ରଖିଥାନ୍ତି
ପଥରମାନେ ତାଙ୍କ ଭିତରେ।
ପ୍ରେମର ଭାଷା କହନ୍ତି କେତେ ଦୁଃଖରେ,
ଅପମାନ ଆକ୍ରୋଶ ଯିଆନ୍ତି ସହି ଆଗକୁ
ଆଉ ବୁଝାଇ କହିବ ପରିଭାଷା ନୂଆ କବିତାର।
This poem has not been translated into any other language yet.
I would like to translate this poem
The story of stones here