ସ୍ୱପ୍ନରେ
ଗଜାନନ ମିଶ୍ର
କଥା ପଡିଛି
କଣ ଥାଏ ଆଉ
କଣ ପୁଣି ନ ଥାଏ
ଏମିତି ଏ ସ୍ୱପ୍ନରେ!
ରଙ୍ଗ ରୂପ ରସ ଗନ୍ଧ! !
କହିପାରେ ଅବା
ପାରିବ କହି ସ୍ୱପ୍ନ ହିଁ
ଏବେ ଯୋଉଟା ଆଉ ନାହିଁ।
ନ ଥିଲା କହୁ ନି
ନ ଥିବ ଜାଣି ନି
ଯୋଉଟା ପହଂଚ ବାହାରେ
କେମିତି ରଖିବା ଚର୍ଚ୍ଚାରେ!
ଚରାଚର ଚର୍ଚ୍ଚା ଚାଲିଥିବ
ଶବ୍ଦରେ ଶବ୍ଦରେ ଉଡିବା କଥା ଯୋଉଟା
ଉଡୁଥିବ ଦିନରାତି ଆଗପଛ ହୋଇ
ଶୋଇବାଲୋକ ପଡିଥିବ ଶୋଇ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
27/10/2020
This poem has not been translated into any other language yet.
I would like to translate this poem