କହିଲା- ପଳାଇ ବଂଚିବୁ ତୁ
କାହିଁରେ ଜଟାଧାରୀ!
ସବୁଆଡେ ଆଶ୍ଚର୍ଯ୍ୟର ବାଉଣ୍ଡରୀ।
କହ ଯାହା ବି
ଯିବୁ ଯୁଆଡେ ହେଇଛି ବିଛା
ପ୍ରେମ-ବୋମା, ବଦଳେଇଦେବ
ଯୋଉଟା ସବୁ ନାଡି ନକ୍ସା।
ପକ୍କା କରିବାକୁ କଥା
ଆ, ଏଇଠି ବସି ଥା।
କାନ ଦେଇ ଶୁଣୁ ଥା
ଆସୁଛି ଯୁଆଡୁ ଯୋ ଶବ୍ଦ
କଷା ପିତା ମିଠା।
ତ୍ରିଗୁଣ ରଜ୍ଜୁ କରେ ଧରି
ବଂଶୀ ବଜାଉ ଥା, ନାଚୁ ଥା।
ଦୁଃଖର ନାଇଁ କିଛି କାରଣ,
ସୁଖକୁ କିନ୍ତୁ ଭୟ।
ଗୀତ ଗାଇବା କଳା
ଜାଣିଛି କି ଆଉ କିଏ
ଦୁଃଖ ଛଡା?
ପବିତ୍ର ସକାଳକୁ ସଲାମ୍,
ଏଠି ଏବେଳେ ରଖିଛି ଏକତ୍ର।
ଗୋଟିଏ ଶବ୍ଦ ଇ ଯଥେଷ୍ଟ
ସମୁଦ୍ରକୁ ଫେରାଇଦେବାରେ,
କୋଉଠିକୁ ଫେରିବ ସମୁଦ୍ର?
ନୀରବ ରାସ୍ତା, ଡାଳପତ୍ର ସାଉଁଟି
ଗଲାବେଳେ ଛୁଇଁବାକୁ
ପଡୁଛି ଗଛର ଗଣ୍ଡି।
ସେତିକିରେ ହରି ଓମ୍ ଇତି।
I don't have a clue about indian dialects or language, but these letters seem like they are alive!
This poem has not been translated into any other language yet.
I would like to translate this poem
brilliant, nothing but brilliant