ବାଘ ପଛଘୁଂଚା ମାରିବା ଅର୍ଥ ନୁହଁ,
ଡରି କରୁଛି ପଳାୟନ।
କିଛିଦିନ ବିଶ୍ରାମ ନେବା ଅର୍ଥ ନୁହଁ
ଡରି ଘରେ ଘୁଂଘୁଡି ମାରିବା।
କିଆଁ ଭାବିବା ନି ଏକ ବିରାଟଝଡର
ଇଏ ପୂର୍ବାଭାସ!
ଯୋଉଠି ଯେତେ ଥାଏ ଅଶାନ୍ତି,
ସେଠି ପ୍ରସ୍ତୁତ ହେଉଥାଏ ଆଉ କିଛି
ବିରାଟ ପରିବର୍ତନର ପ୍ରକ୍ରିୟା।
ନ ଲଇଁଲେ ଓଜନିଆ ଜିନିଷ
ଉଠେଇ ହୁଏ ନି, ସତ୍ୟ।
ଆଖି ନ ବୁଜିଲେ
ଧରି ହୁଏ ନି ଭିତରେ ସୂର୍ଯ୍ୟ।
ଉଠ ପ୍ରିୟ ମଣିଷ, ଉଠ।
ଏତେବେଳେ ନ ଉଠିଲେ
ହସିବ ଜଗତ।
ଉଠ, ରଖିବା ସମସ୍ତଙ୍କ ଶକ୍ତି
ଗୋଟିଏ କେନ୍ଦ୍ରରେ
ଆଉ ବିଜୁଳି ହୋଇ
ଝଲକାଇବା ଦଶଦିଶ।
ଆସ, ଆମେ ସବୁ ପୂର୍ବଦିଶାର
ପ୍ରଥମ ଆଲୁଅ,
ଆମଠି ରହିପାରିବ ନି
କୌଣସି ଅନ୍ଧାର।
ନ ହେଲେ ଏକତ୍ର
ପାରିବା ନି କିଛି କରି
ଆଉ କିଛି କରିବାକୁ ହେଲେ
ସହିରହି ସବୁ
ଯିବାକୁ ହେବ ବହୁଦୂର,
ମାପିବାକୁ ହେବ
ନିଜର ଅନ୍ତର।
This poem has not been translated into any other language yet.
I would like to translate this poem