ଫୁଲ ଶଯ୍ୟା - କବିତା। Flower Bed- Poetry Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଫୁଲ ଶଯ୍ୟା - କବିତା। Flower Bed- Poetry

କବିତା କ୍ରମଶଃ,
କ୍ରମଶଃ କବିତା।

ଘନରୁ ଘନତର,
ପ୍ରକ୍ରିୟା ଗୁରୁତର।

ଆବଶ୍ୟକ ନାଇଁ
ଶୋଇବା,
ଅଛି ଅବଶ୍ୟ
ଚେତି ରହିବା
ଦିନରାତି, ଆଉ
ହଜେଇଦେବା ନିଜକୁ
ଅର୍ଥ ଅର୍ଥାନ୍ତରରେ।

ଆକାଶ ପଡେ ଖସି
କବିତାର ମୁହାଣରେ,
ଆଉ ଦିଏ ଯୋଡି
ହୃଦୟକୁ ହୃଦୟରେ।

ବେଶ୍ୟାକୁ ବି
ପାରେ କରି
ସତୀସାବିତ୍ରୀ,
କର୍କଶ କଣ୍ଟାକୁ
କରେ କୋମଳ
ଫୁଲ ଶଯ୍ୟା -
କବିତା।

ଯାଏ ଜିତି ପୃଥିବୀ,
ନୃଶଂସ ହତ୍ୟାକାରୀ
ପଡେ ମୁହଁମାଡି।

ଉଭା ହୁଏ କବିତା
ସବୁ ରଙ୍ଗ ଧରି।

ଜୀବନ ହୁଏ
ବର୍ଣମୟ,
ସମୟ ଯାଏ
ସିଧା ସଳଖ।

ଥାଏ ପାହାଡ,
ଥାଏ ପ୍ରେମ,
ଛପି ରହିଥାଏ କୋଉଠି
ବିଚ୍ଛେଦ ବିଶାଦ
ପ୍ରତେ ହେଉଥାଏ ଯଦିଓ
ନୀଳ ସାବ୍ଜା ଘାସ।

ଯା ଆସ ଚାଲିଥାଏ
ଅଭିନୟରେ ଅଭିନୟରେ
ଅଣନିଃଶ୍ୱାସୀ ଜନ୍ମଜାତକର
ମୋହରେ।

Thursday, May 24, 2018
Topic(s) of this poem: poetry
POET'S NOTES ABOUT THE POEM
Written in Odia language. Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success