ଅଭ୍ୟାସ
କରୁଥାଅ ନିତ୍ୟ
ଜାଣି ହୋଇଯିବ
କଣ ସତ୍ୟ ।
ଯାହାକୁ କହୁଛ ଜୀବନ
ନୁହେଁ ସେଇଟା ତାହା ।
ସେଠି ସିଧା ନାହିଁ କିଛି,
ନାହିଁ ବି ଚଢା କି ଉତରା ।
ତୁମେ ଦେଖିବାକୁ ଯାଉଛି
ଗାଡିଘୋଡା ଗଛପାହାଡ,
ଯାଉଛି ପୁଣି ସମୟ,
ସବୁ ସବୁ ଗଢିଛି ଆମରି
ଏ ବାକ୍ୟ ଆଉ ଆମେ ଅଛୁଁ
ଏଠି ଭୋଗିବାକୁ ଆମ ଭାଗ୍ୟ ।
ତୁମ ହସ ଅହେତୁକ,
ତୁମ କାନ୍ଦ ବି ।
ତୁମ ନିଜ ଶବ ଶୋଭାଯାତ୍ରାରେ
ସାମିଲ ତୁମେ ।
ଭାଷା ନିଜର ବୋଲି ଅଛି ଯାହାକିଛି
ସେଆଡକୁ ମନ ନାହିଁ ।
ରହୁଛ ଯୋଉଠି
ନୁହଁ ତୁମ ଜାଗା ସେଇଟା,
ଯୋଉ ଜାଗାଟା ତୁମର
ସେଠିକି ଯିବାକୁ ନାହିଁ ମନ ।
କହୁଛ ଲାଗୁଛି ଭୟ,
ମୁଁ ଇ ଅଧମ, ଆଉ, କ୍ଷମାକର,
ତୁମକୁ ବୁଝିବାକୁ ମୁଁ ଅକ୍ଷମ କ୍ଷମାକର।
This poem has not been translated into any other language yet.
I would like to translate this poem