ହାତ Hands Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ହାତ Hands

Rating: 5.0

ଗଛ କଟାରେ
ହାତ ତୃତୀୟ ମହଲା,
ଭାଟି ନିଲାମରେ
ତୃତୀୟ ମହଲା,
ଖେଳ ଟିକଟ ବିକ୍ରିରେ
ହାତ ତୃତୀୟ ମହଲା,
ସ୍ୱୀମୀ ସ୍ତ୍ରୀ କଳିରେ
ତୃତୀୟ ମହଲା,
ବିଦ୍ୟାଳୟ ଖୋଲାରେ
ତୃତୀୟ ମହଲା,
ଚାଷରେ, ପୂଜାରେ,
ଫୋନରେ, ଜନ୍ମରେ,
ମୃତ୍ଯୁରେ, କବିତାରେ,
ତୃତୀୟ ମହଲା, ତୃତୀୟ ମହଲା।
କଣ ସେ ତୃତୀୟ ମସଲା
ପଚାରିବା ପୂର୍ବରୁ
ନାକପାଟିକୁ ଲଗାଇ
ଠିଆ ହେଲା ଗୋଟେ ଆଙ୍ଗୁଠି,
କଣ ମରିବାର ଅଛି!
ଆରେ, ଏଠି ତ ସମସ୍ତେ
କେବେଠୁ ମରିସାରିଛନ୍ତି!
ମଡା ଭିତରୁ ଖୋଜିବାକୁ ପଡୁଛି
କିଏ କୋଉ ବସରେ ଯାଉଥିଲା
କେଉଁଆଡକୁ କେତେବେଳେ!
କିଏ ହସୁଥିଲା କି କାନ୍ଦୁଥିଲା
କୋଉ ଭାଷାରେ!
ବାଡିପଡା ଚଡି ଖୋଲୁଥିଲା କି ନାଇଁ
ଝାଡା ପରିଶ୍ରାବେଳେ!
ମନ୍ଦିରରୁ ସତ୍ୟ ହଜିଥିଲାବେଳେ
କି ରୂପ ନେଉଥିଲା ପ୍ରେମ!
ଆରେ ଆରେ ଦାମ, କଣ ପାଇଁ
ତୁମର ଏ ଭ୍ରମଣ!
ମଂଚରୁ ତ ଖସିବ କଂସ,
କେତେବେଳେ ଆମେ ମଂଚତଳେ
ଦେଖିବାକୁ ହମ ହମ।

ହାତ Hands
Wednesday, November 21, 2018
Topic(s) of this poem: life
COMMENTS OF THE POEM
Binayakumar Mohanty 21 November 2018

We the people at ground floor should raise voice against Third floor.Nice poem sir.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success