ଖରା, ଚେହେରା
ଗଜାନନ ମିଶ୍ର
ଖରା, ଚେହେରା,
ଯାଉ, ମଉଳି ଯାଉ।
ସ୍ୱପ୍ନ, ଯାତ୍ରା,
ଯାଉ, ଯୁଆଡେ ଯାଉ।
ଅଛି ଯୋଉଟା
ଥାଉ ।
ସମୟ ଘରେ
ସଜାଗ ଥାଉ।
ହୃଦୟକୁ ହୃଦୟ
ଯୋଡୁ।
ମିଛ ମୁହଁ
ପୋଡୁ।
ତପୋବନ, ଟିଟିଲାଗଡବଲାଙ୍ଗୀର
23/6/2019
This poem has not been translated into any other language yet.
I would like to translate this poem