କବିତା ଘର House Of Poetry - 2 Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିତା ଘର House Of Poetry - 2

Rating: 5.0

1996ରେ ପ୍ରକାଶିତ କବିତା ବହି ' କବିତାଘର ' ରୁ;

1)ସୋମବାର ସକାଳ ସାତଟାରେ

ସୋମବାର ସକାଳ ସାତଟାରେ ଆସିବ
ଓ ଦେଖିବ ବେଲପତ୍ର ଭର୍ତ୍ତି ହୋଇଯାଇଛି
ଅଗଣାରେ ମୋର।

ଟିହା ପକ୍ଷୀଟା ଚକ୍ କର୍ କାଟି ଉଡିବୁଲୁଛି
ହସି ଉଠୁଛି ମୋର ପାଂଚ ବାଇ ପାଂଚ ଘର

ସୋମବାର ସକାଳ ସାତଟାରେ ଆସିବ
ମତେ ଯେଉଁଠି ଖୋଜିବ ସେଇଠି ପାଇବ
ଚକ୍ ଚକ୍ ଦିଶୁଥିବ, ମହ ମହ ବାସୁଥିବ
ମୋ ଭିତର ବାହାର।

2)ଅନ୍ତତଃ ଦିନଟାଏ

ମୁଁ ମରିଗଲେ ମୋ ଦେହକୁ
ପୋଡିବ ନାହିଁ କି ପୋତିବ ନାହିଁ।
ମୁଁ ମରିଗଲେ ମୋ ଦେହକୁ ରଖିଦେବ
ସେଇ ନଈଖଣ୍ଡିର ପଡିଆରେ।
ଶାଗୁଣା ବିଲୁଆମାନେ ଅନ୍ତତଃ ଦିନଟାଏ
ମୋ ଭାଂସ ଚମ ଖାଇବେ ପେଟେ ପେଟେ।

3)ତାଙ୍କ ହସ

ପଛେ ପଛେ ଗଲି।
କିଛି ଦୂର ଗଲାପରେ
ଆଗରେ ସେ ଆଉ ନ ଥିଲେ।

ଆଉ କିଛି ଦୂର ଗଲି।
ନିଜକୁ ନିଜେ ଝୁଣ୍ଟି ହେଲି,
ନିଜ ଉପରେ ନିଜେ ହୁମୁଡି ପଡିଲି।

ପଛକୁ ଚାହିଁ ଦେଖିଲି,
ଦେଖିଲି ମୁଁ ଆଉ ନ ଥିଲି।
ପଛରେ ଖିଲ୍ ଖିଲ୍ ତାଙ୍କ ହସ ଶୁଣିଲି।

4)ଅନ୍ଧାର

କେତେ କରି ମାଗିଛି ଦେ ଦେ
ଦେ କଦଳୀ କାନ୍ଧିଟାଏ ଦେ
ଦେ ଗଜରା ମାଳଟିଏ
ଇତଃସ୍ତତଃ ଚାହିଁଲା ସେ
ଓ ଚୁପ୍ ଚାପ୍ ଦେଲା
ଅନ୍ଧାରରୁ ମୁଠାଏ।

ଏ ଖରାର ଏ ଅନ୍ଧାର!
କୋଉଠି ଥିଲା ଏ ଖରା?
ଯିଏ ଯୁଆଡେ ଚାଲିଗଲେ
କିନ୍ତୁ ମୁଁ ଯେମିତି ରହିଥିଲି ଆଗରୁ
ଠିକ୍ ସେମିତି ରହିଗଲି ଏକା ଏକା।

ତପୋବନ, ଟିଟିଲାଗଡ, ବଲାଙ୍ଗିର
20/7/2019

Saturday, July 20, 2019
Topic(s) of this poem: poetry
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success