ବିଲେଇ ଆଖିରେ
ଗଜାନନ ମିଶ୍ର
ଯାଇଛି ଫଶି
ବିଲେଇ ଆଖିରେ।
ବହୁଛି ପବନ
କୁକୁର ଲାଂଜରେ।
ଚାଲିଛି ସକାଳବୁଲା
କରୋନାରେ।
ରହିଛି କିଏ କୋଉଠି
ଠିକଣା ନାଇଁ କେଉଁଠାରେ।
ଛକିଛି ବିଲେଇ
ଜାଣୁ ନି କିଛି ଯେମିତି।
ଲେଖୁଛି କବି
ବୁଝୁଛ ଏମିତି।
ଦେଖ ଆକାଶର
ଏତେ କରାମତି।
ଥାଅ, ତୁମେ ତୁମର
କବିତାରେ।
କହି ଚାଲିଥାଅ
ତୁମେ ତୁମର ଭାଷାରେ।
ପାଣି ପବନ ହଲୁଥାଉ
ଏ ଶୂନ୍ୟ ଡବାରେ।
ଯାଇଛି ଫଶି ଏମିତି
ଏଇଠି ଏଠାରେ!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
25/04/2021
This poem has not been translated into any other language yet.
I would like to translate this poem