କଣ ଚାହେଁ ମୁଁ?
ନୁହେଁ ଏ ରଙ୍ଗ,
ନୁହେଁ ଏ ବାସ,
ନୁହେଁ ଏ ସଂପର୍କ ।
କଣ ଚାହେଁ? ?
ପବନଠୁ ଉତ୍ତର ନୁହେଁ,
ପାଣିଠୁ ଦରଦ ନୁହେଁ,
ଆଲୁଅଠୁ ହସ ନୁହେଁ ।
ଚାହେଁ କଣ
ପଚାରନ୍ତି ମତେ ସମସ୍ତେ,
ମୁଁ କିନ୍ତୁ ଜାଣେ ନି କିଛି
ସନ୍ତୁଷ୍ଟ କରିବି କାହାକୁ କଣ କହି ।
ମୋଠି କିଛି ନାହିଁ ରୋଗ
କଣ ପାଇଁ ନେବି ଔଷଧ!
ମୋତେ ଦେବା ଲୋକ
ମୋ ଭିତରେ ଆଉ ମୁଁ
ଯାଉଛି ଚାଲି ବାହାରକୁ ।
This poem has not been translated into any other language yet.
I would like to translate this poem
Mnastatwika drustikonaru uttama rupe pariprakas hoithiba ehi gitati mote khub bhala laguchhi. Mishra agyan ebhali gita pain apananku bahut bahut dhanyabad.