ବର୍ଷା ହେଲା It Rained Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବର୍ଷା ହେଲା It Rained

Rating: 5.0

ବର୍ଷା ହେଲା ଆସିଲ ନାଇଁ,
ଝାଂଜି ଝାଉ ହେଲା ଆସିଲ ନାଇଁ,
ଶୀତ ହେଲା, ବରଫ ଚାରିଆଡେ ପଡିଲା,
ଦେହମୁଣ୍ଡ ଦାନ୍ତପାଟି ଥରିଲା ଆସିଲ ନାଇଁ,
ଏବେ ଆସିଲ ଫସଲ କାଟିବାକୁ,
ଆସିଲ ଆଉ କହିଲ ଆମେ ତୁମର
ବନ୍ଧୁବାନ୍ଧବ ସାଇଭାଇ ସବୁ।
ମୁଁ ରହି ରହି ତୁମଠି ମୋର
ହାତ ଆଙ୍ଗୁଳି ଥରିଲା,
ଗୋଡ ଲଡଖଡ ହେଲା,
ପଚାକୁହାଁ ଦେହକୁ କୃମିକୀଟ ଖାଇଲେ
ଆମେ ସମସ୍ତେ ଭଲରେ ଥିଲେ
ଭଲରେ ରହିଲେ କାହାରି ଦିହକୁ ନ ଗଲା
ଶୂନ୍ଯ ଆଶ୍ରାକୁ ମନ ନ ପାଇଲା।
ଆମର ଅନୁରୋଧ ଆମର ପ୍ରାର୍ଥନା
ସବୁ ଚୁଲିକି ଗଲା।
ଏବେ ତୁମେ ଦୁଆର ମୁହଁରେ ଆମର,
ତୁମେ ଶତ୍ରୁ ତୁମେ ମିତ୍ର
ତୁମେ ଜାତିଭାଇ ଗୋତ୍ର।
କାଳେ ନାଇଁ ଯୁଗେ ନାଇଁ
ସକାଳକୁ ମାଇଁ ମାଇଁ।
ଏବେ ଆମେ ଦିହେଁ
ଆମଠି ନାହିଁ ନାହିଁ ନାହିଁ।

Saturday, April 20, 2019
Topic(s) of this poem: life
COMMENTS OF THE POEM
Dr Dillip K Swain 20 April 2019

ତୁମେ ଶତ୍ରୁ ତୁମେ ମିତ୍ର ତୁମେ ଜାତିଭାଇ ଗୋତ୍ର। A beautiful poem! Well penned dear eb..................10

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success