ଜୟ କୋଶଳjay Koshala Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୟ କୋଶଳjay Koshala

Rating: 5.0

1866 ବେଳର ନଅଙ୍କ ଦୁର୍ଭିକ୍ଷର ଦାଉ ସହି ନ ପାରି ମୋ ଜେଜେବାପା ପଠାଣି ମିଶ୍ର ଜେଜେମା ଗୌରୀଦେବୀ ରଣପୁର ପାଖରେ ଥିବା ବୃନ୍ଦାବନପୁର ଶାସନୀ ଅନ୍ତର୍ଗତ ନିଜ ଗାଁ ବ୍ରଜସୁନ୍ଦରପୁର ଓ ପାଖ ଆଖ ଆଉଗାଁର କିଛି ଅଭାବୀଙ୍କ ସହିତ ମିଶି ଜନ୍ମମାଟି ତଥା ଭିଟାମାଟିର ଘରଦ୍ୱାର ମୋହ ଛାଡି ଚାଲି ଚାଲି ଏଇ ଗଡଜାତ ଅଂଚଳକୁ ପଳେଇ ଆସିବାକୁ ବାଧ୍ୟ ହୋଇଥିଲେ। ମୋ ଜେଜେବାପା ପଠାଣି ମିଶ୍ରଙ୍କୁ ମୁଁ ଦେଖି ନାହିଁ। ମୋ ଜେଜେ ମାଙ୍କୁ ଦେଖିଛି, ତାଙ୍କଠୁ ବହୁତ ଗପ ଶୁଣିଛି, ବହୁତ ମାଡ ବି ଖାଇଛି । ବହୁତ ରାଗ ଥିଲା ତାଙ୍କଠି। ଆମେ ତାଙ୍କୁ ଚିଡାଉଁ ବେଳେବେଳେ। ପଚାରୁ, ଜେଜି ମା, ଏ ଗଡଜାତ ଜଙ୍ଗଲ ଭିତରକୁ ନ ଆସି ପୁରୀ ଭୁବନେଶ୍ୱରଆଡକୁ କିଆଁ ଗଲ ନି? ବହେ କାନ୍ଦି ସେ କହୁଥିଲେ, ସେପଟେ କଣ ଚଳିବରେ ପୁଅ! ଭଲ ଲୋକ ସେପଟେ କାହିଁ? ଆମେ ପରା ମୋଟେ ଚଳି ପାରିଲୁ ନି, ଭୋକରେ ଶୋଷରେ ପଳେଇ ଆସିଲୁଁ, ଚାଲି ଚାଲି ଭିକ୍ଷାବୃତ୍ତିକୁ ଧରି। ଆହା ପଦୁଟିଏ ସେପଟେ ପାଇବ ନି। ଏପଟେ ରଜା ମହାରଜା ଥିଲେ, ଲୋକେ ମାନୁଥିଲେ ଦେବତା ପରି ଗୋ ବ୍ରାହ୍ମଣଙ୍କୁ। ଓଡିଶାଦେଶୁ ଆସୁ ଆସୁ ପାଟଣା ରାଜ୍ୟ ବଲାଙ୍ଗିର ମାସାଧିକକାଳ ଲାଗିଗଲା। ଆଉ କଣ ଫେରି ହେଲା? ରହୁ ରହୁ ରହିଗଲୁ। ଏ ପାଟଣା-କୋଶଳ ଦେଶର ଲୋକଗୁଡା ଭାରି ସରଳିଆ, ଭଲ ଲୋକ ସବୁ। ସ୍ନେହଶ୍ରଦ୍ଧା ବହୁତ।

ସେଇ ଜେଜେ ମାଙ୍କ ସ୍ମୃତିରେ ଗୋଟିଏ ଗୀତ-

ଜୟ କୋଶଳ, ଜୟ କୋଶଳ, ଜୟ କୋଶଳ,
ସେନେହ ସରଧା ସବୁ ତୋରନେ
ତୋର ଲୋକମାନେ ବହୁତ ସରଳ,
ବହୁତ ତରଳ ଆଉ ସରଳ।
ଜୟ କୋଶଳ, ଜୟ କୋଶଳ, ଜୟ କୋଶଳ,
ତୋ ମାଟିରେ ରହିବାକୁ ଆମେ
କେତେ ପାଗଳ କେତେ ପାଗଳ।
ଜୟ କୋଶଳ, ଜୟ କୋଶଳ, ଜୟ କୋଶଳ,
ଯାହା ଖୋଜିଲେ ତାହା ମିଳୁଛି
ମହତ ଇଜ୍ଜତ ଧନ ଦରବ ଜମି ପଖାଳ।
ଜୟ କୋଶଳ, ଜୟ କୋଶଳ, ଜୟ କୋଶଳ,
ଓଡିଶା ରାଇଜୁ ଆସିଛୁ ଆମେ
ତୁ ଆମକୁ ଧରିଛୁ କୋଳ।
ଜୟ କୋଶଳ, ଜୟ କୋଶଳ, ଜୟ କୋଶଳ।

କବିତାର କିଛି ଅଂଶ ମୋ ଜେଜେମା ତାରି ଭାଷାରେ ଗାଇ ଗାଇ ଏଠାକାର ଲୋକଙ୍କ ବହୁତ ପ୍ରଶଂସା କରୁଥିଲା, ଯଦିଓ ଥିଲା ସେ ବହୁତ ରକ୍ଷଣଶୀଳା।

କହିବାରେ ଦ୍ୱିଧା ନାହିଁ ଏବେ ବି ପୂର୍ବାଂଚଳରୁ ଯୋଉମାନେ ଏ ଅଂଚଳରେ ଚାକିରି କରୁଥିଲେ ବା କରୁଛନ୍ତି ଅଧିକାଂଶ ଆଉ ଫେରିବାକୁ ମନ କରନ୍ତି ନି। ଘରଦ୍ୱାର କରି ରହି ଯାଆନ୍ତି। ଆଉ ଯୋଉମାନେ ମନ କରନ୍ତି ନି ବହୁତ ଟଙ୍କା ଧନ ନେଇଥାନ୍ତି ସତ୍ ଅସତ୍ ଉପାୟରେ। ଆଜି କିନ୍ତୁ ଏ ଅଂଚଳର ଅବସ୍ଥା ଦେଖି ହେଉ ନି, ପିଲା ବିକ୍ରି, ଦାଦନ, ଅଶିକ୍ଷା, ଅନୁନ୍ନତ ଆଦିର ଶିଖରରେ। ଏ ଅଂଚଳର ଭାଷା, ପୂଜା ପର୍ବ ପର୍ବାଣୀକୁ କାହାରି ଖାତିର ନାହିଁ । କଣ ପାଇଁ? ଓଡିଶାର ଗୋଦରଗୋଡିଆ ବିକାଶ ଶୁଭଙ୍କର ନୁହେଁ। ଜନଗଣଙ୍କ ଭିତରେ ଅଶାନ୍ତିର ଅସନ୍ତୋଷର ବହ୍ନି ବେଶ୍ ଜଳିଲାଣି। ପୂର୍ବାଂଚଳରୁ ଯେତେ ଇଜ୍ଜତମହତ ଆଉ ଏକତାଳର ଜାଗା ଯାହା ମିଳିବା କଥା ମିଳୁ ନାହିଁ। କଣ ହେବ ଆଗକୁ ଅବସ୍ଥା?

POET'S NOTES ABOUT THE POEM
Western odisha is neglected, let the govt realize the truth. Kosli language has not been recognized as yet, children are not able to read and write in kosli. officers / judges from eastern parts posted here in this area are not able to follow the people and not able to do good to the people.
COMMENTS OF THE POEM
Kumarmani Mahakul 20 August 2018

ଆପଣଙ୍କ ଜେଜେମା ଓ ଜେଜେ ବାପାଙ୍କ ବିଷୟରେ ଜାଣିଲି। ସେମାନେ ବହୁ କଷ୍ଟ ସହିଥିଲେ । ତାଙ୍କ ସ୍ମୃତି ଉଦେଶ୍ୟରେ ଲେଖା ହୋଇଥିବା ଏଇ ଗୀତଟି ବେଶ ହୃଦୟସ୍ପର୍ଶୀ ହୋଇଚଛି । କୋଶଳୀ ଭାଷା ଓ ପଶଛିମ ଓଡିଶା ବିଷୟରେ ଆପଣ ଭଲ ସନ୍ଦେଶ ଦେଇଛନ୍ତି । A beautiful poem on Koshali language and western odisha has been touchingly expressed. Thanks for sharing.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success