1.
ଚକ୍ର ବୁଲୁଛେ
ନଗ୍ରସାରା।
ହସୁଛେ ଦ୍ୱାରକା।
ଖରାପ ଭାବନା
ରଖିଛ ଜଦରଭି
ଭଟକିନା ଧରିପକାବା,
ଗଁଡିମୁଁଡ ଅଲଗ କରିଦେବା।
ଭଲ ଭାବନା ରଖିଥିଲେ
ଯାହା ମାଗବ ସବୁ ମିଲବା।
ପେରେମ ରଖ,
ପୁରଥି ବୁଲ,
ଜଡଜୀବ ସଭକେ
ଦୟାଧରମ କର,
ଜିବନେ ନେଇଁ ଥାଏ ଅଁଧାର।
2.
ଲେଖିଲି ଆଳୁ,
ବୁଝିଲ ଲାଲୁ।
ଲାଲୁ କିଏ?
କଣ କରିଛି ସିଏ?
ୟୁନିଟ ଚାରି
ମାର୍କେଟର
ଖାଇଥିବ ମାଛ,
ଗୋ ଖାଦ୍ୟ
ହୋଇ ନ ଥିବ ହଜମ।
ଆଉ ଯାହା ଥିବ
ଆଉ ଯାହା ନ ଥିବ
ସବୁକୁ କରି ଏକତ୍ରୀତ
କହିବ ହରି ଓମ୍
ତତ୍ ସତ୍।
This poem has not been translated into any other language yet.
I would like to translate this poem
A wonderful poem! Thanks for sharing.......10