ମୋର୍ ମାକେ ହେନ୍ତା ସେନ୍ତା ଭାବୁଛ କେଁ।
ମୋର୍ ମା ମୋର୍ ମା ଆଏ।
ସବୁ ଥିଲା ଆରୁ ସବୁ ଅଛେ ହେତାର୍ ପାଖେ।
ଧନସଂପଦପେରେମ ସବୁ।
ଆଏଅଲଙ୍କାର ସବୁ।
ପଏଁରି ପାଁଜଲ ବେଛୁଆଁ ଗୁଡରକାଜେ।
ବନ୍ଦରିଆ କତରିଆ କତରି କଲ୍ୟାରି
ବାହୁଟି ସୁନାରୂପାଚୁରି ହାତରକାଜେ।
ତରା ଡଁଡି ଗୁନା ଝରାଗୁନା ଚୁଟକା
ନାକଫୁଟକି ନାକରକାଜେ।
ଝଲକା ଗଁଠିଆ ଫସିଆ ସୁନାଖୁଁଟି
କୁଁଡଲ କାନରକାଜେ।
କଁଠିମାଲି ପତ୍ରିମାଲି ଚେନମାଲି
ଗୁଟିମାଲି ଗଜବନ ଜୁଇହାର ପାନହାର
ପଁହଲା ବେକରକାଜେ।
ସୁନାରୂପାର ଗୁନଚି ବି
ଅଁଟାର ବରକସ କାଜେ
ଥିଲା ହେତାରପାଖେ।
ସଭକରନୁ ସୁନଦରି ମୋର ମା।
ଚକାବେନି ହେଇକରି ମଝିନେ ଖୁସୁଥିଲା
ସୁନାର ରୂପାର କାକରା ଖିରପିନି ଆରୁ ପନିଆଁ।
ଜାନିଛ?
ସୁନାରୂପାର ଦୁଇଟା ଥିଲା
ଦୁଇଫଲିଆ କରାଟ।
ହେତାର ଭିତରେ ରଖୁଥିଲା
ସୁନାରୂପାର ଟଁକା
ଆରୁ ସୁଦସାବରତ।
ମୋର୍ ମା ମୁହେଁ ମୁହେଁ କହୁଥିଲା
ଲଖିଁ ପୁରାନ୍।
ମୋର ଦଦା ଅଜା ବଲୁଥିଲିଁ
ରାମ ଚନ୍ଦର ତିହାଡି
ଗଁତିଆଁ ଆଏ/ ଥିଲା
ରାମସିଆଁର ବନକେଡାର ଜୁଡେ ଗାଁର।
ଖୁଓ, ଜମିଭୂମି କେତନିକେତେ।
ମୋର୍ ମା ମୋର୍ ମା ଆଏ।
ନେଇଁ ମରବାର ତେଲ।
ଆଏଜତକ୍ ବଂଚିଛେ,
ଆମକେ ବଂଚଉଛେ
ହେତାର ଟେକେଟାନେ।
This poem has not been translated into any other language yet.
I would like to translate this poem
ସବୁଠୁ ବଡ ମା, ସାକ୍ଷାତ୍ ଜୀବନ୍ତ ଦେବୀ