କୁନ୍ତୀ - ଗୋଟେ ନଦୀ Kunti- A River Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୁନ୍ତୀ - ଗୋଟେ ନଦୀ Kunti- A River

Rating: 5.0

କୁନ୍ତୀ - ଗୋଟେ ନଦୀ?
ଗଜାନନ ମିଶ୍ର

ସତରେ କୁନ୍ତୀ କଣ
ଗୋଟେ ନଦୀ?
କେଜାଣି!
ସୂର୍ଯ୍ୟ ପବନ ଆଉ ଆଉ
ବୁଡ ଦେବାରେ
ବ୍ୟସ୍ତ ସଦା!

ଜଣା ନାଇଁ
ଫାଇଦା ଉଠାଇବାକୁ
ବ୍ୟଗ୍ର ଆଉ କିଏ କିଏ!
କହିବାକୁ ନାଇଁ କିଛି
ଘଟିବାକୁ ଯାଉଛି
ଅନେକ କିଛି।

ପତଙ୍ଗ ହୋଇ
ମୁଁ ବି ଝାଡୁଛି ଡେଣା
କହୁଛି ନିଜକୁ ନିଜେ
ଆସିଲିଣି ଉଡି ଉଡି
ଏତେ ଦୂର!

ଆବେ ଚୁପ୍!
ସଇତାନ କାହାଁକା
କେଡେ କେଡେ କଥା
କହି ଚାଲିଛୁ ବେଃ!
ଦେଖ୍ ଦେଖ୍ ତୋରି ଯୋଗୁଁ
ଆଜି ଏ ଅବସ୍ଥା!

ଯୋଉଠି ଯାହା ଅଛି
ଥାଉ ରେ, ଆ ଫେରି ଆ
ନଦୀର ଧାରେ ଧାରେ!
ଆ ଆ ଦିହକଯାକ
ସାକ୍ଷୀ ହୋଇ ଥିବା
ବନ୍ଦ ରଖି ପାଟି ପେଟ!

ଯିବା ତ ଯିବା
ସାଙ୍ଗ ହୋଇ ଜଙ୍ଗଲ,
ନାଇଁ ତ ନଦୀକୂଳରେ
ଖାଇବା ହାୱା, ଆ।

ଯିଏ ଜିତୁ ଯିଏ ହାରୁ
ଆମର କି ଯାଏ ବା!

ତପୋବନ, ଟିଟିଲାଗଡ,ବଲାଙ୍ଗୀର
24/05/2020

Saturday, May 23, 2020
Topic(s) of this poem: life,river
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success