ଶେଷ ସମୟ
ଗଜାନନ ମିଶ୍ର
ଆସିଲାଣି ପଛେ
ଶେଷ ସମୟ
ଶଳା ଟିଙ୍ଗ୍ ଟିଙ୍ଗ୍ ହେବା
ଛାଡୁ ନି ବା!
ବକୁଛି କଣ କେତେବେଳେ
ନିଜେ ବି ପାରୁ ନି ଜାଣି।
ଜାଣନ୍ତା ବୋଇଲେ
କୁହନ୍ତା ନାଇଁ
ମୁଁ ବାପ ବେ,
ୟା ଉପରେ ଆଲୋଚନା
କରିବ ଯଦି
ଉତୁରିଆସ ମୈଦାନକୁ।
ପାଗଳା କୁକୁରଟା ଶଳା,
ଧେତ୍ ତେରିକେ
ପଡିବାର ଥିଲା ୟା ହାବୁଡରେ
ଏତେବେଳେ ଏଠାରେ ।
କାହା ଘର? କିଏ କଣ?
କିଛି ନ ବୁଝି ନ ସୁଝି
ଲଗେଇଛି ଭୋ ଭୋ
ଘରଖୁଣ୍ଟି ଉପୁଡି ଗଲାଣି ଭାସି
ଅଠିପହର ବର୍ଷା ଝୋ ଝୋ।
ପଥରକୁ କାମୁଡିଲାଣି ତ,
ଜଙ୍କଲଗା ଲୁହାସବୁକୁ
ପାକୁଳି କଲାଣି।
ନଜରକୁ ଦେଖ ହୋ,
କାୟାମାୟା କିଛି
ନ ଥିବା ଲୋକକୁ ବି
ବାନ୍ଧିବି ବୋଲି ଆସୁଛି ଧାଇଁ।
କରୁଛୁ କଣ ବେ ତୁ!
ହଟ୍ ସେଆଡକୁ।
ବାହେନଛୋଦ ହାରାମି
କରୁ କରୁ କଂସର ଗୁଲାମି,
ଦରବାରକୁ ଯାଉ ଯାଉ ହରଦିନ୍
ବେସୋର କାହାଁକା
ପାରି ନି ଜାଣି କେବେଠୁ
ଗଲାଣି ବଦଳି ଇତିହାସର କାହାଣୀ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/6/2019
This poem has not been translated into any other language yet.
I would like to translate this poem