ଖାଲି ପତ୍ରଟିଏ
ଗଜାଧନ ମିଶ୍ର
ଖାଲି ପତ୍ରଟିଏ
ଖାଲି ପତ୍ର।
ସେଇ ପତ୍ରଟିକୁ ଧରି
ଚାହେଁ ମୁଁ ଯିବାକୁ
ବହୁଦୂର ଏଠୁ।
ସେଇ ପତ୍ର ମୋର
କହୁ ନି ଅବଶ୍ଯ ।
ସେଇ ପତ୍ର ଦେବ ମତେ
ମୋର ଲକ୍ଷ୍ୟ ପଥ।
କିଏ ଜାଣେ
ଲକ୍ଷ୍ୟ କଣ!
କିଏ ଜାଣେ
କୋଉଠିକୁ ଯାଏ
କିଏ କେତେବେଳେ!
ପତ୍ର ଜୀବନ
ପତ୍ର ଭୋଜନ
ପତ୍ର ଶୟନ
ପତ୍ର ପରିବର୍ତ୍ତନ
ପତ୍ରରେ ବିଧିବିଧାନ।
ଜାଣେ ଏ ପତ୍ର,
ଆଉ ଏ ପତ୍ରରେ ଥାଏ
ମୋର ଇ ଅତୀତ
ଭବିଷ୍ଯତ ବର୍ତ୍ତମାନ ।
ପତ୍ରରୁ ଫୁଲ
ଫୁଲରୁ ଫଳ
ଫଳରୁ ବୃକ୍ଷ
ମୂଳରେ ପତ୍ର ।
ଚାହେଁ ପତ୍ର
କେବଳ ପତ୍ରଟିଏ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
08/12/2019
This poem has not been translated into any other language yet.
I would like to translate this poem
A wonderful poem dear elder brother! Nicely written....10