ଫୁଲଠି ଜୀବନ Life In Flower Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଫୁଲଠି ଜୀବନ Life In Flower

Rating: 5.0

କାହା ବାଡିର ଫୁଲ ୟେ
ଗଜାନନ ମିଶ୍ର

ଜାଣେ ନା
କାହା ବାଡିର ଫୁଲ ୟେ,
ଆଉ ଫୁଲ ପାଖରେ
ବାସ କେତେ!

ଜାଣେ ନା
ଫୁଲଠି କେତେ ସ୍ୱପ୍ନ,
ଆଉ ସ୍ୱପ୍ନ ଭିତରେ
ଫୁଲ କରେ କଣ!

ଜାଣେ
ଆଉ କରେଁ ଅନୁଭବ
ଫୁଲର ଦୁଃଖ
ଫୁଲର ଯନ୍ତ୍ରଣା।

ଜାଣେ
ଫୁଲର ଇତିହାସରେ ନାଇଁ
ଘୃଣା ଆଉ ଛଳନା।

ଧିକ୍ ମୋ ଜୀବନ
ଯଦି ଫୁଲ ଭିତରେ
ଜନ୍ମାଇ ପାରି ନି
ବିଶ୍ୱାସ ଆଉ
ଗାଇ ପାରି ନି
ଗୋଟେ ଗାନା।
ଧିକ୍ ମୋ ଜୀବନ
ଯଦି ନ ଦେଇ ପାରିଲି
ଟିକିଏ ବି ଆଶ୍ୱାସନା।

ଫୁଲଟା
ନୁହଁ ସାମାନ୍ୟ
ଫୁଲଠି ଦେଖେଁ
ମୁଁ ମୋର ମୁହଁ,
ଫୁଲଠି ଇ ରହିଥାଏ
ମୋର ଜୀବନ ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
04/06/2020

Thursday, June 4, 2020
Topic(s) of this poem: life,flower
POET'S NOTES ABOUT THE POEM
Flower - life on earth.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success