କାହାର ବୁଆର କାଣା ଗଲା ମୁଇଁ
ଦେଖଲିଁ କି ନାଇଁ ଦେଖଲିଁ,
ଦେଖଲିଁ ଜଦରଭି କାଣା ଦେଖଲିଁ,
ଦେଖିକରି ବୁଝଲିଁ କାଣା ଆରୁ
କାଣା ବୁଝିକରି କହେଲିଁ କାଣା।
କିଏ ଅଛେ ଯେ କହେବା ସଲିଟ୍।
କେନକେନ ଆଡର ବୁଲା କୁକୁର ବାଗିର୍
ଭୋ ଭୋ କଲେ କିଏ ଦେବା
ହେ ସବୁର ଜବାବ, ଡ୍ରଗ୍ସ ବେପାରୀ,
ନିଶାଖୋର ଆତଙ୍କବାଦୀମାନକର
ନେଇଁ ନ କମି ଇ ମାଏଟ ଉପରେ।
ସତ୍ ଇଟା, ଯିଏ ଜେନ୍ତା କରବା
ଏନ୍ତା ପାଏବା ନିଶ୍ଚେ।
ବହେନକେ ତକଲିଫ ଦେଲେ
ପଡବା ମଚାନୁ କଂସ ବାଗିର,
ଆରୁ ମରବା ଟୁରା।
ସ୍ତ୍ରୀ ବହକେ ଅପମାନ କଲେ
ସବଂଶ ନାଶ ହେବା ଦୁର୍ଯ୍ୟୋଧନ
ବାଗିର, ଚୁରାଛପା ହେଲେ
ଇନ୍ଦ୍ର ବାଗିର ଚନ୍ଦ୍ର ବାଗିର
ହେବା ରୁଘା।
ନିଜକେ ପଚରାବାର କଥା
କାଣା ଆଏରେ ତୁଇ
କରୁଛୁ କାଣା, କେତେ ତୋର
ଆକାର ଆରୁ ମକାର।
ମୁଇଁ ମୋର ପରାଭୋଗ ପାଏମି,
ଆରୁ ହେଥିରକାଜେ କାହାକେ
କିଛୁ କହେବାର ଦରକାର ନେଇଁ।
ମୋରଟା ମୁଇଁ, ତୋରଟା ତୁଇ,
ହେଟାକେ ନେଇକରି ଗାଁଖୁଲିର
ତତଲା ଧୁଇଲଥି ବୁଥି ହେବାର
କାରନ ନାଇଁ କିଛି।
ନିଜକେ ନିଜରଠାନୁ
ବଁଚେଇପାରଲେ ଜାନମି
ଠିକ୍ ବାପକାବେଟା ଇନେ।
କାଁକରି ବଏଲେ ବାପଜାନି ପୁଓ
କୁହାହେଇଛେ ପୁରାନେ।
This poem has not been translated into any other language yet.
I would like to translate this poem