1
ବୁଢା ହେଇ ଥା
କହେଲା ଆରୁ
ମେଲି ଦେଲା
କେନଆଡେ।
କେଭେ ହେଲେ
କାଁଦିଥିତା
ମୋର ସାମନେ!
କେଭେ ହେଲେ
କହିଥିତା ଏ ଗଜି
ଇଟା ଆନି ଦେ
ସେଟା ମୋର
କାଜେ କରି ଦେ!
କଲେ କଲେ
ସେମଟି ଗଲା,
ହେମାଲ ଚଢିଆଏଲା।
ମେଲି ଦେଲା
କେନଆଡେ
ମେଲିଦେଲା।
2
କହେଲା
ବୁଢା ହେଇ ଥା।
ହେଟା ନ ହେତାର
ଆଖିରି ଭାଷା।
ଆରୁ କିଏ
ଡାକବା ମକେ
ଅଧାରାତି,
କେନ ଅଛୁ
ଏ ଗଜି,
ପଡି ଜେଇଛେଁ
ଖଟୁ,
ଉଠେଇ ଦେବୁ
ଘାଏ ଆ।
ଆରୁ କେନ କହେବା
ଦଶଟଁକିଆ ଗୁଡାଖୁ ଡବା
ଧରେଇ ଦେଲେ,
ଏକଲା ତୁଇ
ପାରସୁ ବୁଝି
ମୋର ମନରକଥା।
ନେଇଁ ବଲୁ ବଲୁ
ବଦଲିଗଲା,
କେନକେ
କେନ ହିସାବେ
ମେଲି ଦେଲା।
3
କାଣା କରବାରକେ
ନେଇଁ ନ
ଆରୁ କିହେ।
ଅଛନ
ଘିଚିଉଲଚି
ଖାଏବାରକାଜେ।
ସତକେ ସତ
ଗଲାପରେ ହେ
ମୁଇଁ ହେଇଗଲି ବୁଢା,
ଗୋଡହାତ ବସିଗଲା,
ବୁଧିସୁଧି ହଜିଗଲା ।
ମୋର ମୁଡ ଉପରୁ
ହେନ୍ତା ହାତଟେ
ଭାଗିଗଲା।
ଥିଲା ଥିଲା
କେନଆଡକେ
ମେଲି ଦେଲା,
ମେଲି ଦେଲା।
ସତକେ ସତ
ଅନାଥ କରିଦେଲା।
This poem has not been translated into any other language yet.
I would like to translate this poem