ଦର୍ପଣ Mirror Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦର୍ପଣ Mirror

Rating: 5.0

ରାତି କି ଦିନ,
କାହା ପକ୍ଷ ନେବ କିଏ?

କିଏ କେତେବେଳେ କୋଉଠି?

ଫର୍ଦ୍ଦାଫାଶ ହେଲାକି କିଛି?

କିଏ କାହାର ଆଉ
କାହା ସହିତ କେତେବେଳେ
କିଏ ଜାଣିଛି?

ଘରସାରା
ଧୂଳିଧୂଆଁ ଭର୍ତ୍ତି।

ପଥରରେ ବି
ଏତେ ରସ ଜଣା ନ ଥିଲା ମତେ ବି।

ମୂର୍ଦ୍ଦାରମାନେ ଯେ
ଜାଣନ୍ତି ନାଚଗୀତ ଏତେ
ଜଣା ନ ଥିଲା ମତେ।

ଗଛକୁ ଦେଖି କହିଥିଲି
ଅନନ୍ତ ଶୋଭା ଅଛି ୟା ଭିତରେ।

ଲୁଚିଛପି କିଛି କରିଛି
କି ମାପିଛି କଣ କୋଉଠି
ମନେ ନାଇଁ ମୋର।

ହୋଇଛି ବାୟା
ମର୍ଦ୍ଦଙ୍ଗା ସାଗ ଖାଇ।

ମଲ୍ଲୀକୁ ପଚାରିବାକୁ ପଡି ନି
ଭୋକ କୋଉଠି କେମିତି
ମାରେ ବାଘ।

ହୃଦୟକୁ ହୃଦୟ ସହିତ
ଯୋଡିବାକୁ ଗଲାବେଳେ
ଦେଖି ନେଇଛି
ସାପର ଗତି।

ଆଭାସ ପାଇଛି ଆଉ
ପାଖକୁ ଆଣି ରଖିବାକୁ
ହୋଇ ନି ସାହସ ଦର୍ପଣକୁ।

ହାତରେ ଧରିଛି ଯୋଉଟା
ସେଇଟା ମୋର
ନିରାପଦ ସ୍ଥାନରେ ରହି
ପାରି ନି କହି।

କହି ସାରିଛି ଜଙ୍ଗଲକୁ
ଖୋଲିଦେବାକୁ ପେଡି
ନିଆଁର ଆଉ ପାଣିର।

Tuesday, July 17, 2018
Topic(s) of this poem: self
POET'S NOTES ABOUT THE POEM
written in odia language. Odia is the official language of Odisha India. It is about the self
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success