ପୂଜା ଆଉ ଭସାଣି
ଗଜାନନ ମିଶ୍ର
1
ନା, ଭସାଣିକୁ ଯିବାର ନାଇଁ,
ଘୋଘା ହୋହାରେ ମନ ନାଇଁ,
ଟ୍ରେନରେ କଟିବାକୁ ଏ ଯାଏ
ନିଜକୁ ନିଜେ
ପ୍ରସ୍ତୁତ କରି ପାରି ନାଇଁ।
2
ପୂଜା କରିବି କାହାକୁ
କରିବି କେମିତି
ଜାଣି ପାରି ନାଇଁ,
ଖେଳେଇ ଖେଳେଇ
ମତେଇ କେଲକେଲା
କରିଚାଲିଛନ୍ତି ପବନ ପାଣି।
3
କଳାପତାକା ଟେକୁଛି
ଆକାଶକୁ ଯଦି
କଣ ଯାଉଛି କାହାର
ବୁଝି ପାରୁ ନାଇଁ,
ସ୍ଲୋଗାନ କିଛି ନାଇଁ,
ମା ଆଉ ଛୁଆ ଉଭୟଙ୍କୁ
ହିଂସ୍ରତାରୁ ବଂଚେଇ ପାରୁ ନାଇଁ।
ତପୋବନ, ଟିଟିଲାଗଡ, ବଲାଙ୍ଗୀର
22/10/2018
This poem has not been translated into any other language yet.
I would like to translate this poem