ବାପା ମୋର
ଗଜାନନ ମିଶ୍ର
କାଦୁଅ ପଚ ପଚ
ଯିବୁ ନି ସେପଟ
କହି ନାହାନ୍ତି କେବେ
ବାପା ମୋର।
କହିବାର ସୁଯୋଗ
ନା ସେ ଖୋଜିଛନ୍ତି
ନା ମିଳିଛି ଆପେ ଆପେ
ଜାଣି ନି ଜମାରୁ।
କେତେ ନିଦ୍ରାରେ କିଏ
ପଚାରି ନାହାନ୍ତି କାହାକୁ
ସ୍ୱପ୍ନ ସବୁ ଭୁଲି କହି
ନାହାନ୍ତି ସଂଚାର ଉପରେ।
ପାଇ ନାହାନ୍ତି ବି କୋଉଠି
ଜ୍ଞାନ ବିଜ୍ଞାନ ଅଜ୍ଞାନ ସଂଜ୍ଞା
ତଥାପି ଯାଇଛନ୍ତି ବିସ୍ତରି
ଏଇଠୁ, ନାଇଁ ଜଣା କୋଉଯାଏ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
07/02/2020
This poem has not been translated into any other language yet.
I would like to translate this poem
Language - odia, script - brahmi. It is about father. Really father is like the sky. No one knows how vast father is!