ମୋ ଛାୟା ଦେଖି
ତୁ ବାୟା, ଆ ଆ,
କୋଉ ଫରୁଆରେ
ମୋ ଜୀବନ ନାଟିକା,
ଆ ଆ ଦେଖି ଯା।
ଲୋ ଚନ୍ଦ୍ରମସୀ
ତୁ ନୁହଁ ମୋ ତାରା,
ବିଅର୍ଥ ତୋ ଟାଣିବା
ଆଉ କଣ କଣ
ଜାଣିଛୁ ଅବିଦ୍ୟା, ଚଳା।
ଯାଉଛି, ଧ୍ୱଂସ କରିବାକୁ
ତୋ ଲଙ୍କା।
ଯାଉଛି, ଦେଖେଇବାକୁ
ଜୀବନ ବେସୁରା।
ତୋ ପାଇଁ ଥରହର ଧରା।
ଛାଡ ଛାଡ ସବୁ ନକଲି
ରସାୟନ ବିଦ୍ୟା।
ଜଣା ତତେ ସତରେ
ଶିଡି ଚଢା?
ଆ ଆ ଏ ସମୁଦ୍ର ପାଣିରେ
କର ମୋ ମୁକାବିଲା।
ବଖରାରୁ ବଖରା
ଏ କାଖରେ ଜାକି
ମୁଁ ଇ ବୁଲେଇଛି
ବରଷା ଆଉ ଖରା।
ଆ ଆ ଉଭା ଯେତେ
ପୋତା ତେତେ
ଦେଖିବୁ ପରା!
ଜାଣିବେ
ଆଉ ଆଉ ସମସ୍ତେ
ତୁ କେତେ ପାରିବା!
2.
ପଲ୍ଲୀରୁ ଦିଲ୍ଲୀ ଯାଏ
ମୋ କବିତା ପଢି
ଚିଡନ୍ତି ଅନେକ।
ନାହିଁ ନ ଥିବା
ଅସଭ୍ୟ ଦି ଅକ୍ଷରୀ
ଭାଷା ବି ଛୁଟାନ୍ତି
ପାଟିରୁ କିଛି ଲୋକ।
ଆରେ, ହେଉଛି କଣ?
ଖୋଜ କାରଣ।
ଆଉ ନିରେଖି
ଦେଖିଲାବେଳକୁ
ଭର୍ତ୍ତି ମୋ କବିତାରେ
ସତ୍ଯର ପ୍ରମାଣ।
ସତ୍ୟ ଏୟା,
କିଛି ନ ଜାଣି କେହି
ଗୋଟେ ହୋରେ
ମିଛ ଭୂତର ମାୟା
ଶବ୍ଦଖେଳରେ
ଯାଇଥିଲେ ମାତି
କିଛି କ୍ଷଣ।
ରୁହ ରୁହ,
ବତେଇବି ରାସ୍ତା
ମୁଁ ଗଜାନନ।
ଗୋରଖପୁରରୁ
ଗୌହାଟି ଯିବାରେ
ଯାଏ ଯେତେ ସମୟ
ସେତିକିରେ ହୁଏ ନି
ପ୍ରେମର ଘଡା ପୂର୍ଣ।
ଆରେ ରୁହ,
ଠାଣି ଦିଏ ନି କାମ
ପଠାଣି ପାଖରେ।
ଜାଣି ଏତେ ସେତେ
ରଖି ଥା ସବୁ ଗୋପନ।
ମଲା ମଲା ବେଳକୁ
ବାହାରେ ସବୁ ଲକ୍ଷଣ।
ଅନୁମାନ କରି କରି ଗୋବିନ୍ଦ
ଠା ଠାରେ ରଖିଥାଏ
ମକରନ୍ଦ, ପାଇବାକୁ କିଛି
ହରାଇବାକୁ ପଡେ ବହୁତ କିଛି।
କଣ କିଏ ପାଏ ଆଉ
କଣ କିଏ ହରାଏ
କହିବାକୁ ଆଉ ଜଣେ ବି ନ ଥାଏ।
ଦେଖାଅ ନା ଆଉ ଧନ,
ଗଲାଣି ସବୁ ମାନ।
ଫୁଟାଣି ତୋର
ସବୁ ଶୂନ୍ଯ ।
ଛ ଖଣ୍ଡି କାଠ ସଜାଡିବାକୁ
ପକାଇଲାଣି ସମୟ ଉପସ୍ଥାନ।
ଖୋଜି ରଖ ବାପଧନ,
ମୋ କବିତାର ଗୁଣ।
This poem has not been translated into any other language yet.
I would like to translate this poem