ବୋକା ମୁଁ,
ଜାଣି ବି ଅଜଣା
ନିଜ ଜନ୍ମ,
ନିଜ କାମ ।
ସବୁ ଥାଇ ବି
ମୁଁ କହୁଛି ନାହିଁ ଧନ,
ନାହିଁ ଦେବାକୁ ଦାନ ।
କାହିଁ ଯଶ?
ସରୁଛି ଆୟୁଷ।
ଅପେକ୍ଷାରେ ଯମ ।
ବୋକା ମୁଁ ।
ନାଁ ଗାଁ ମା ଭୁଲୁଛି ସବୁ ।
ଭାଷା ନାହିଁ
ଚିହ୍ନେଇବ ଯୋଉଟା,
ମାଟିକୁ ।
ରେଖ ରୂପ ବର୍ଣ ନାହିଁ ଦୃଶ୍ୟ ।
ପାରୁ ନି ଜାଣି
ହେଉଛି କେମିତି ଧ୍ୱଂସ।
This poem has not been translated into any other language yet.
I would like to translate this poem