ଖାଲି ଜାଗା
ଗଜାନନ ମିଶ୍ର
ନା, ଖାଲି ଜାଗା ନାଇଁ,
ନାଇଁ କୋଉଠି ବି।
ତୁମେ ଯିଏ
ହେଉଛ ଏତେ ହମ ହମ
ଆଗକୁ ଆସ ଟିକିଏ
ଦେଖେଁ ତୁମର ମୁହଁ।
ମୁଁ ମୋର ଉଡୁଛି ଦେଖ
ମୋରି ଆକାଶରେ,
କାହାରି ଅଯଥା ହସ୍ତକ୍ଷେପକୁ
କରେ ନି ବରଦାସ୍ତ ।
କିଏ ତୁମେ?
ଥାଅ, ଯୋଉଠି ଅଛ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/12/2019
This poem has not been translated into any other language yet.
I would like to translate this poem
A beautiful write dear elder brother! Well penned.....10