ବର୍ଷିଳ ସାହ,
ବାଛି ନେଲ ସନ୍ଥ ଜୀବନ, ତ୍ୟାଗ କରି ଦେଇ
ସବୁ ଅୟସ ଆରାମ ।
ବର୍ଷିଳ ସାହ,
କହିଲ, ହେବ ନାହିଁ କାହାର ଦୁଃଖର କାରଣ।
କହିଲ, ବଂଚିବା ପାଇଁ ଦରକାର ଯେତିକି ସର୍ବନ୍ୟୁନ,
କେବଳ ସେତିକିରେ ଦେବ ବିତାଇ ବର୍ଷ ମାସ ଦିନ ।
ଧନ୍ୟ ଗୁଜରାଟ ମାଟି, ତୁମକୁ କରିଛି ଜନ୍ମ,
ଧନ୍ୟ ତୁମର ପିତାମାତା ବନ୍ଧୁ ପରିଜନ ।
ଶିକ୍ଷାରେ ସତକୁସତ ତୁମର ସର୍ବୋଚ୍ଚ ଆସନ,
ଥିଲା ଆଉ ରହିଯିବ ବି ସବୁଦିନ ।
ତୁମ ପରି ସବୁ ଛାଡି ପାରୁ ନି ଯାଇ, ଧିକ୍ ମୋ ଜୀବନ ।
ଗୋଳେଇ ଘାଂଟି ମରୁଛି ଖାଲି ଆହୁରି ହେଉ
ଆହୁରି ହେଉ କହି କହି ଜାଣି ଜାଣି ସବୁ ଶୂନ୍ୟ ସବୁ ଶୂନ୍ୟ ।
This poem has not been translated into any other language yet.
I would like to translate this poem