ଏକମାତ୍ର ଭାଷାonly Language Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏକମାତ୍ର ଭାଷାonly Language

Rating: 5.0

କାହାକୁ ବାଧା ଦେଇ
କି ଦମନ କରି
ମୁଁ ଚାହେଁ ନା ହେବାକୁ
ପ୍ରକାଶିତ।

ସୂର୍ଯ୍ୟଙ୍କୁ ଢାଙ୍କି
ରଖିବାକୁ ଚାହେଁ ନା ମୁଁ।
ବୁଡାଇବି ନାହିଁ ବି
କାହାକୁ କୋଉଠି
କୋଉ କାଦୁଅ ପାଣିରେ।

ଚେଇଁ ରହିବାକୁ ଚାହେଁ ମୁଁ,
ଆଉ ଚାହେଁ ରହିବାକୁ
ସଦା ସଫାସୁତୁରା।

ଦେଖ, ମୁଁ ମୋ କାମରେ
ସଦା ବ୍ୟସ୍ତ, ଆଉ ମୋ
କାମ ପାଇଁ ମତେ
କେହି କଣ ଦେଉ କି
ନ ଦେଉ ମୋର ଲାଭ ଲୋଭ
ନାହିଁ କି ନାହିଁ କ୍ଷୋଭ ବି
ନ ଦେଲେ କିଛି।

ମିଥ୍ଯା ପ୍ରତି ମୁଁ ଅଛି ସତର୍କ
ଆଉ ଅଛି ଦୂରରେ।
ସତ୍ୟର ଆଲୁଅ
ମୁଁ ଉଦ୍ଭାସିତ।
ଅଛି ଉପରେ ମୁଁ ଆଉ

ଚାହେଁ ନେବାକୁ ତୁମକୁ।
ଯାହା ଯିଏ କହୁଛି ଯାହା
କରୁଛି ଅବା
ନା ଅଛି ମୋର ଦ୍ୱେଷ
ନା ଅଛି ମୋର
ସେଥିରେ ସଂପର୍କ।
ମୋ ପାଇଁ ସବୁ ମାଟି,
ମୋ ପାଇଁ ସମସ୍ତେ ମା,
ମୋ ପାଇଁ ସଚ୍ଚା ପ୍ରେମ
ଏକମାତ୍ର ଭାଷା।

ଦିଶି ଯାଉଛି ମୋଠି
ସଦା ଶାଶ୍ୱତ ନୂତନ ଦିଶା।

POET'S NOTES ABOUT THE POEM
written in Odia language It is the official language of Odisha India
COMMENTS OF THE POEM
Dr Dillip K Swain 06 July 2018

ମୋ ପାଇଁ ସବୁ ମାଟି, ମୋ ପାଇଁ ସମସ୍ତେ ମା, ମୋ ପାଇଁ ସଚ୍ଚା ପ୍ରେମ ଏକମାତ୍ର ଭାଷା। A beautiful poem! (10)

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success