ପାଏନ ଆରୁ ପାଏନ
ଗଜାନନ ମିଶ୍ର
ପାଏନ ଆରୁ ପାଏନ
ପାଏନ ଫୁଟେକର ଜିବନ
ପାଏନ ଫୁଟେକ ଟେକି ଦଉଛେଁ
ଜେନ ଥ ଜେନ୍ତା ଥ ନେଇ ଜ।
ଚେଇଁଛେଁ
ଆରୁ ଅଛ ଖୁବ୍ ଦୁରେ
ମୁଇଁ ସୁଇଥିଲାବେଲକେ
ହାଜର ପାସେ ମୋର ଭିତରେ।
ପାଏନ ଆରୁ ଜୁଏ
ଆରୁ ଇମାନକର ଖେଲ
ଅଏନକରି ଜନା ତୁମକେ,
ଖାଏଦପିଁଧନ ହେ ଭିତରେ।
ଟେକି ଦଉଛେଁ ପାଏନ
ଭାଗୁ ସବୁ ରୋଗବୈରୋଗ
ବାଘଭାଲୁ ରହୁନ ଭାଏ ବାଗିର
ନୁକୋ ରହୁନ ସଭେ ସବୁଠାନେ।
ଡାକୁଛେଁ ବସ ଇନକେ ଆସିକରି
ବିଛେଇ ଦେଇଛେଁ କୁସ
ପକେଇ ଦେଇଛେଁ ଚଉଲ
ପାଏନ ଟେକି ଦଉଛେଁ, ସତ୍ ।
ଜୁଏ ତମରଟା, ତମର ଜିଭ ଜୁଏ
ଆସିକରି ଖ ଖୁସିରେ
ଆରୁ ମନ ଲାଗୁଛେ ଜଦର ଭି
ଆମର କାଜେ ଥ ଇଲକେ।
ଜୁହାର କରୁଛୁଁ, ମୁଡିଆ ମାରୁଛୁଁ
ଆମର କାମକବାରକେ ସାଫୁଲ କରୁନ୍।
ସବୁରୁପ୍ ତମର ଆଏ ଜାନିଛୁଁ,
କୁଟି କୁଟି ଜୁହାର ମୁଡିଆ ତୁମକେ।
ଫଲମୁଲ ଫୁଲପତର ଧୁକାଗରେଲ ଦୁଖସୁଖ
କହେମି ବଏଲେ ମୋର ଇ ଛାତିର
ଦୁକଦୁକି ଭି ତୁମର ଆଏ ଟେକି ଦଉଛେଁ
ତମକେ ତମରଟା, ଥଉ ଖାଲି ତମର ଚିନ୍ତା।
ସବଦରେ ସବଦରେ ଦଉଛେଁ ସରାଧ
ମାଫ କରିଦିଅ ମୋର ଅପରାଧ
ଜାନିଛେଁ ମୁଇଁ ତମେ ଅଛ ଇନ ହେନ ସବୁଠାନ
କେଭେ ଭି ତମର ନେଇଁ ନ ନାସ।
(ସରାଧ ପଖକାଜେ, ପିତୃପକ୍ଷ ଶବ୍ଦଶ୍ରାଦ୍ଧ)
ତପୋବନ, ଟିଟିଲାଗଡ,ବଲାଙ୍ଗୀର
15/09/2020
This poem has not been translated into any other language yet.
I would like to translate this poem