1.
ମୁଁ କଥା ହେଉଛି,
ତୁମ ସହିତ।
କେବଳ ମୁଁ ଅଛି
ଆଉ ଅଛ ତୁମେ
ସଂଜ ଓ ସକାଳ।
ଭାବ ଭାଷା
କବିତା କେବଳ
ଗୋଟିଏ ମାଧ୍ୟମ।
ଅଛି ମୁଁ,
ଅଛ ତୁମେ କେବଳ।
ମୁଁ କଥା ହେଉଛି,
ଆଉ ହେଉଛ ତୁମେ,
ଶବ୍ଦ ଆଉ ଅକ୍ଷର
ନା ତୁମର ନା ମୋର!
ସବୁଥିରେ ଅଛି ଯଦିଓ
ସତ୍ୟ ଅନୁଭବ।
ଆଉ କବିତାରେ
ଆମର ମିଳନ
ରୂପଅରୂପ।
2.
ଐଶାନୀର ଚିତ୍ର ଆଉ ରଙ୍ଗ,
କଣ କହିବ ଏସବୁ ଦେଖି?
ସତରେ ଏସବୁ
କାଟିଛି ଐଶାନୀ ଆଉ
ଏସବୁ ଭିତରେ ଭରିଛି ରଙ୍ଗ?
ବେଲୁନ ହେଉ କି ଘଣ୍ଟି,
ପନିପରିବା ଆଉ ଆଉ କିଛି,
ଐଶାନୀ ଗଲାଣି ଶିଖି
ସେଇଟାଇ ବାହାଦୁରୀ।
ଐଶାନୀ ଏତେମାତ୍ରାରେ
ନିଜକୁ ମିଶେଇ ଦେଇ ପାରିଛି
ଭାବିଲେଇ ଲାଗୁଛି ଆଶ୍ଚର୍ଯ୍ଯ ।
ଐଶାନୀ ହେଲାଣି ବଡ,
ଐଶାନୀର ଏଇଟା କେନ୍ଦ୍ରୀୟ ବିଦ୍ୟାଳୟ।
ଆଉ ଏଠି ଶିଖେ ସବୁ,
ଆଉ ହଜେ ବି ସମୁଦ୍ର ଆଉ
ଆକାଶର ମଝିରେ।
3.
ଧନ୍ୟବାଦ,
ମୁଁ ମତେ ପାରୁ ନି ଲେଖି
ଠିକ୍ କରି ଏଠି।
ଆଉ କୋଉଠିକି ଗଲେ
ଯେ ପାରିବି ଲେଖି
ନୁହଁ ଏମିତି ବି।
ତଥାପି ଏଠି ଅଛନ୍ତି
ଯେତେ ଯିଏ
ଛାଡିବା ଯନ୍ତୁ ନୁହନ୍ତି
ଏମାନେ କେହି।
ମୁଁ ମୋର ରହିଛି,
କହିଛି ବି ସଭିଙ୍କୁ
ଥୟ ଧର ଆଉ ଥାଅ,
ନିଜକୁ ଲେଖି ସଇଲା ପରେ
ଆଉ ଆଉ କହିବ ଏଠାରେ।
4.
ଫୁଳରୁ ଫୁଲକୁ
ଯିବାର ଅଭ୍ୟାସ
ନାହିଁ ମୋର।
ମୋର ଅଭ୍ୟାସ
ପଚାରୁଛ ତ!
କଣ ଶୁଣିବ?
କେମିତି ମୁଁ
ଆସିଲି ଏ ଯାଏ!
କଲି କଣ
କୋଉଠି କେତେ!
ରହିଲି କୋଉଠି
କେତେବେଳଯାକେ!
କିଆଁ ପଚାରୁଛ କଣ
ଜଣା ନାହିଁ ମତେ,
ତଥାପି ଅଛି
ତୁମ ପାଖେ ପାଖେ
କାଳେ ମିଳିଯିବ ମତେ
ମୁକୁଳିବାର ଉପାୟ ଏଠୁ
ତୁମ ପ୍ରଶ୍ନରୁ।
This poem has not been translated into any other language yet.
I would like to translate this poem
Four poems in odia language, odia is the official language of Odisha India, it is about different colors of life